
କନକ ବ୍ୟୁରୋ : ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ୭ଟି ଜିଲ୍ଲାରେ ଘନ କୁହୁଡ଼ି ଜାରି ରହିବ। ୫୦ ମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେବ ନାହିଁ। ତେଣୁ ଗାଡ଼ିଚାଳକମାନେ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। କୁହାଯାଇଛି ଯେ ୧୯ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ସ୍ଥାନେ ସ୍ଥାନେ ପୂର୍ବାହ୍ନ ପର୍ଯ୍ୟନ୍ତ ବି ପ୍ରବଳ କୁହୁଡ଼ି ଲାଗିରହିବ। ୨୦ ତାରିଖରେ ଉକ୍ତ ଜିଲ୍ଲାଗୁଡ଼ିକ ସମେତ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ରାତିର ତାପମାତ୍ରା କେଉଁଠି ଦୁଇ ଡିଗ୍ରି କମିଛି ତ ଆଉ କେଉଁଠି ୩ ଡିଗ୍ରି ହ୍ରାସ ପାଇଛି। ଆସନ୍ତା ୩ ଦିନ ମଧ୍ୟରେ ଅଧିକାଂଶ ସହରର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
from Kanak News https://ift.tt/2r8apBt https://ift.tt/34mCUtg
No comments: