ଓବିସିଙ୍କ ଲାଗି ସଂରକ୍ଷଣ ସୁବିଧା ! ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀ ପାଇପାରିବେ ଏହି ସୁବିଧା Kanak News

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ପକ୍ଷରୁ ପରିଚାଳିତ ଦେଶର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ ତଥା ଜବାହର ନବୋଦୟ ବିଦ୍ୟାଳୟରେ ନାମଲେଖା ପାଇଁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଅନ୍ତର୍ଗତ ସଂରକ୍ଷଣ ସୁବିଧା ମିଳିବ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ସୂଚନା ଅନୁସାରେ, ୨୦୨୦-୨୧ ଶିକ୍ଷା ବର୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ମାନଙ୍କରେ ଏହି ବ୍ୟବସ୍ଥା ଲାଗୁ ହେବ। କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା ରହିଛି।

ଅନୁସୂଚିତ ଜାତି ପାଇଁ ୧୫ ପ୍ରତିଶତ ଓ ଅନୁସୂଚିତ ଜନଜାତି ପାଇଁ ୭.୫ ସିଟ୍ ସଂରକ୍ଷଣର ବ୍ୟବସ୍ଥା ରହିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ସୂତ୍ର ଅନୁସାରେ ସାମାଜିକ ନ୍ୟାୟ ଏବଂ ଅଧିକାରିତା ମନ୍ତ୍ରାଳୟ ତଥା ଓବିସି ମାନଙ୍କ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ଓବିସି ସଂରକ୍ଷଣ ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଥିଲା। ଏହାପରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଦ୍ବାରା ଓବିସି ଛାତ୍ରଛାତ୍ରୀ ମାନଙ୍କ ପାଇଁ ୨୭ ପ୍ରତିଶତ ସିଟ୍ ସଂରକ୍ଷଣ ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।



from Kanak News https://ift.tt/2EutGQw https://ift.tt/35DAsPR
ଓବିସିଙ୍କ ଲାଗି ସଂରକ୍ଷଣ ସୁବିଧା ! ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀ ପାଇପାରିବେ ଏହି ସୁବିଧା Kanak News ଓବିସିଙ୍କ ଲାଗି ସଂରକ୍ଷଣ ସୁବିଧା ! ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀ ପାଇପାରିବେ ଏହି ସୁବିଧା Kanak News Reviewed by SUBHENDU BARAL on December 18, 2019 Rating: 5

No comments:

Powered by Blogger.