ଉନ୍ନାଓ ଗଣଦୁଷ୍କର୍ମ ମାମଲା : ପୂର୍ବତନ ବିଜେପି ବିଧାୟକଙ୍କ ବିରୋଧରେ ଆଜି ଦଣ୍ଡ ଶୁଣାଇପାରନ୍ତି କୋର୍ଟ Kanak News

କନକ ବ୍ୟୁରୋ : ଉନ୍ନାଓ ଅପହରଣ ଏବଂ ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ବିଜେପି ବିଧାୟକ କୁଲଦୀପ ସେଙ୍ଗରଙ୍କ ବିରୋଧରେ ଆଜି ଦଣ୍ଡ ଶୁଣାଇ ପାରନ୍ତି କୋର୍ଟ । ଦିଲ୍ଲୀ ତିସ ହଜାରୀ କୋର୍ଟ ଗତକାଲି ଅଭିଯୁକ୍ତ କୁଳଦୀପ ସେଙ୍ଗରକୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଆଜି ଦଣ୍ଡ ଘୋଷଣା ହୋଇପାରେ । ଧାରା ୧୨୦ ବି ଅପରାଧିକ ମାମଲା, ଧାରା ୩୬୩ ଅପହରଣ, ଧାରା ୩୬୬ ବିବାହ ପାଇଁ ଅପହରଣ କରି ନିର୍ଯ୍ୟାତନା ଦେବା, ଧାରା ୩୭୬ ଦୁଷ୍କର୍ମ ଏବଂ ଅନ୍ୟ ସମ୍ବଦ୍ଧିତ ଧାରା ଏବଂ ପୋସ୍କୋ ଆକ୍ଟ ଦ୍ୱାରା ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

ଜୁନ ୨୦୧୭ରେ କୁଳଦୀପ ପୀଡ଼ିତାଙ୍କୁ ଅପହରଣ କରି ଗଣବଳାତ୍କାର କରିଥିଲେ । ସେହି ସମୟରେ ପୀଡ଼ିତା ନାବାଳିକା ଥିଲେ । ଉତର ପ୍ରଦେଶ ବାଙ୍ଗରମଉରୁ ୪ ଥର ବିଧାୟକ ହୋଇଥିଲେ ସେଙ୍ଗର । ୨୦୧୯ରେ ବିଜେପି ତାଙ୍କୁ ଦଳରୁ ବହିଷ୍କାର କରିିଥିଲା । ଏହାସହିତ ବିଳମ୍ବରେ ଚାର୍ଜସିଟ୍ ଦାଖଲ ନେଇ କୋର୍ଟ ତଦନ୍ତକାରୀ ସଂସ୍ଥା ସିବିଆଇକୁ ମଧ୍ୟ ଭତ୍ସନା କରିଛନ୍ତି । କୋର୍ଟ କହିଛନ୍ତି ପୀଡ଼ିତା ନିଜ ପରିବାରର ଜୀବନ ବଂଚାଇବା ପାଇଁ ବିଳମ୍ବରେ ଅଭିଯୋଗ କରିଥିଲେ । ପୀଡ଼ିତାଙ୍କ ମନର ଅବସ୍ଥା ଆମେ ବୁଝିପାରୁଛୁ । ହେଲେ ସିବିଆଇକୁ ମାମଲାର ଚାଜସିର୍ଟ ଦାଖଲ କରିବାକୁ ଏକ ବର୍ଷ କାହିଁକି ଲାଗିଲା ବୋଲି ପ୍ରଶ୍ନ କରିଥିଲେ ।



from Kanak News https://ift.tt/34t1Mic https://ift.tt/2swfAeI
ଉନ୍ନାଓ ଗଣଦୁଷ୍କର୍ମ ମାମଲା : ପୂର୍ବତନ ବିଜେପି ବିଧାୟକଙ୍କ ବିରୋଧରେ ଆଜି ଦଣ୍ଡ ଶୁଣାଇପାରନ୍ତି କୋର୍ଟ Kanak News ଉନ୍ନାଓ ଗଣଦୁଷ୍କର୍ମ ମାମଲା : ପୂର୍ବତନ ବିଜେପି ବିଧାୟକଙ୍କ ବିରୋଧରେ ଆଜି ଦଣ୍ଡ ଶୁଣାଇପାରନ୍ତି କୋର୍ଟ Kanak News Reviewed by SUBHENDU BARAL on December 16, 2019 Rating: 5

No comments:

Powered by Blogger.