ଡିସେମ୍ବର ୧୭ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ– ଆର୍ଥିକକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହବୃଦ୍ଧି ପାଇବ। ମନ ପ୍ରସନ୍ନରହିବ। ଆସ୍ତିକ ସ୍ୱଭାବର ଓ ସରଳ ପ୍ରକୃତି ଏବଂ ମଧୁରଭାଷୀ ଯୋଗୁଁ ଆଦରଣୀୟ। ଶୁଭରଙ୍ଗ ଲାଲ୍।ଶୁଭଅଙ୍କ ୩।

ବୃଷ– ଅଶାନ୍ତ ମନକୁ ଶାନ୍ତ କରିବାର ଉଦ୍ୟମ ଚଳାଇ ପାରନ୍ତି। ଭାଗ୍ୟର ପରିବର୍ତ୍ତନ ଘଟିବ। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖଲାଭ କରିପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଶୁଭରଙ୍ଗ ୟେଲୋ।ଶୁଭ ଅଙ୍କ ୫।

ମିଥୁନ – ଆତ୍ମ ସନ୍ତୋଷ ମିଳିପାରେ।ଶ୍ରୀଚନ୍ଦ୍ରଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଐଶ୍ୱର୍ଯ୍ୟଯୁକ୍ତ ହେବାକୁ ଉଦ୍ୟମ ଜାରି ରଖିବେ। ଶୁଭରଙ୍ଗ ଧୂସର।ଶୁଭ ଅଙ୍କ ୭।

କର୍କଟ–ବନ୍ଧୁ ସହଯୋଗ ମିଳିପାରେ। କାର୍ଯ୍ୟ ବିଳମ୍ବିତ ହେବ। ଥଣ୍ଡା-କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ।ଏକାନ୍ତରେ ସମୟ ବିତାଇବାକୁ ଇଚ୍ଛା କରିବେ। ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୨।

ସିଂହ –ମୂଲ୍ୟବାନ୍ ଦ୍ରବ୍ୟଲାଭ ହେବ।ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଯଶସ୍ୱୀ ହେବେ।ଲୋକପ୍ରିୟତା ଅର୍ଜନ କରିପାରନ୍ତି।ସରକାରୀ ସ୍ତରରେ ସମ୍ମାନିତ ହେବେ।ଶୁଭରଙ୍ଗ କ୍ରୀମ୍।ଶୁଭ ଅଙ୍କ ୯।

କନ୍ୟା –ଚିନ୍ତା ଦୂରେଇ ଯିବ। ଦିନଟି ଶ୍ରମବହୁଳ ହୋଇପାରେ।କୁଳ ଦୀପକହେବେ। ମନ ପ୍ରସନ୍ନ ରହିବ। ସୁସ୍ଥରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।ଶୁଭରଙ୍ଗଲାଲ୍।ଶୁଭ ଅଙ୍କ ୧।

ତୁଳା–ଉତ୍ସବାଦିରେ ଯୋଗଦାନ କରିପାରନ୍ତି। ଭାଗ୍ୟଶାଳୀହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଶୁଭରଙ୍ଗ ନାରଙ୍ଗୀ।ଶୁଭ ଅଙ୍କ ୪।

ବିଛା–କାର୍ଯ୍ୟକ୍ଷେତ୍ର କଷ୍ଟସାଧ୍ୟ ହେବ।କଳହଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବେ। ସ୍ୱାଭିମାନୀହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଶାରିରୀକ ଦୁର୍ବଳତା ଅନୁଭବକରିପାରନ୍ତି।ଶୁଭରଙ୍ଗ ଗ୍ରୀନ୍।ଶୁଭ ଅଙ୍କ ୯।

ଧନୁ –ଉପୁଜିଥିବା ସମସ୍ତ ଅସୁବିଧା ଦୂରହେବ।ବନ୍ଧୁସହଯୋଗ ପାଇଖୁସି ହୋଇପାରନ୍ତି।ବ୍ୟବସାୟ ଲାଭଜନକହେବ ନାହିଁ ।ସମାଜସେବୀ ଭାବେ ସୁନାମ ଅର୍ଜନ କରିବେ।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୨।

ମକର– ନୂତନ ଗାଡିକ୍ରୟ କରିବାର ସୁଯୋଗ ଅଛି।ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଦୀର୍ଘାୟୁ ହେବେ।ଶକ୍ତିମାନ ହେବେ।ଶତ୍ରୁହନ୍ତା ହେବାର ସୂଚନା ମିଳୁଛି।କିଛି ଅଶୁଭ ଫଳର ସୂଚନା ମିଳୁଛି।ଶୁଭ ରଙ୍ଗ ଲାଲ୍।ଶୁଭ ଅଙ୍କ ୩।

କୁମ୍ଭ -ଶୁଭକାର୍ଯ୍ୟରେ ଯୋଗ ଦାନ କରି ସମ୍ମାନିତ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ।କନ୍ୟା ସନ୍ତାନଙ୍କ ଦ୍ୱାରା ଉପକୃତହେବେ। ଆକସ୍ମିକ ଧନଲାଭର ସୂଚନାମିଳୁଛି।ଶୁଭରଙ୍ଗ ୟେଲୋ।ଶୁଭ ଅଙ୍କ ୮।

ମୀନ – ଯାତ୍ରାକାଳୀନ କ୍ଳାନ୍ତି ଅନୁଭବକରିପାରନ୍ତି। କଳହଠାରୁ ନିଜକୁ ଦୂରେଇରଖିବେ। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। କୃଷି କର୍ମକାରୀ ହେବେ।ସ୍ୱାସ୍ଥ୍ୟ ଅସୁସ୍ଥ ରହିବ।ଶୁଭରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୩।



from Prameya News7 https://ift.tt/2PPuCnX
ଡିସେମ୍ବର ୧୭ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ ଡିସେମ୍ବର ୧୭ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ Reviewed by SUBHENDU BARAL on December 16, 2019 Rating: 5

No comments:

Powered by Blogger.