ନାବାଳିକା ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର ହେଲେ କୋର୍ଟ । ବାଲେଶ୍ୱରରେ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ  Kanak News

କନକ ବ୍ୟୁରୋ : ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର ହେଲେ କୋର୍ଟ । ଦୋଷିଙ୍କୁ  ୨୦ ବର୍ଷର କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ବାଲେଶ୍ୱର ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଏଭଳି ଦୃଷ୍ଟାନ୍ତମୂଳକ ରାୟ ଶୁଣାଇଛନ୍ତି ପକସୋ କୋର୍ଟ । ବିଚାରପତି ଗିରିଜା ମହାପାତ୍ର ନିଜ ରାୟରେ କହିଛନ୍ତି, ଏଭଳି କୁକର୍ମ ପାଇଁ ଅଭିଯୁକ୍ତ ପ୍ରକାଶ ଜେନାକୁ କଡା ଦଣ୍ଡ ଦେବା ଉଚିତ । ୨୦୧୮ ଜୁନ୍ ୬ ତାରିଖରେ ବାଲେଶ୍ୱର ସୋର ଥାନା ଚିତୋଳ ଗାଁରେ ନାବାଳିକା ସହ ଦୁଷ୍କର୍ମ ହୋଇଥିଲା । ରାତିରେ ନାବାଳିକା ଶୌଚ ହେବାକୁ ଯାଇଥିବା ବେଳେ ତାକୁ ଉଠାଇନେଇ ଖଳାରେ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ।

ସେପଟେ ଗଂଜାମରେ ନାବାଳିକା ଅଭିଯୁକ୍ତକୁ ୭ ବର୍ଷର ଦଣ୍ଡ ଶୁଣାଇଛନ୍ତି ସ୍ୱତନ୍ତ୍ର କୋର୍ଟ । ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁରରେ ୨୦୦୯ରେ ଏହି ଘଟଣା ଘଟିଥିଲା । ୨୦୦୯ ମସିହା ଫେବୃଆରୀ ୧ ତାରିଖରେ ଅଭିଯୁକ୍ତ ସେହି ସାହିର ଜଣେ ନାବାଳିକାକୁ ଉଠାଇନେଇ ଦୁଷ୍କର୍ମ କରିଥିଲା । ପରେ ତାକୁ ହତ୍ୟା ଧମକ ଦେଇଥିଲା । ଏହି ମାମଲାରେ ୧୫ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଆଧାରରେ ଆଇପିସିର ଧାରା ୩୭୬ ଧାରାରେ ୭ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି । ଏଥିସହ ୧୨ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।



from Kanak News https://ift.tt/34oHLtf https://ift.tt/2P0f8hI
ନାବାଳିକା ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର ହେଲେ କୋର୍ଟ । ବାଲେଶ୍ୱରରେ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ  Kanak News ନାବାଳିକା ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର ହେଲେ କୋର୍ଟ । ବାଲେଶ୍ୱରରେ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ  Kanak News Reviewed by SUBHENDU BARAL on December 16, 2019 Rating: 5

No comments:

Powered by Blogger.