ବାରବାଟୀ ଦିନିକିଆ: ଆଜି ବିଶ୍ରାମ ନେବେ, କାଲି ଅଭ୍ୟାସ ପାଇଁ କଟକ ଯିବେ ଦୁଇ ଦଳର ଖେଳାଳି Kanak News

କନକ ବ୍ୟୁରୋ: ବାରବାଟୀରେ ରବିବାର ଖେଳାଯିବ ତୃତୀୟ ଦିନିକିଆ । ତେବେ ଆଜି ବାରବାଟୀ ଯାଇ ଦୁଇ ଦଳ ଅଭ୍ୟାସ କରିବା କାର୍ଯ୍ୟକ୍ରମକୁ ଶେଷ ମୁହୂର୍ତରେ ସ୍ଥଗିତ ରଖାଯାଇଛି । ଦିନକ ବିଶ୍ରାମ ନେବା ପରେ ଉଭୟ ଦଳର ଖେଳାଳି ଆସନ୍ତକାଲି ଅର୍ଥାତ ଶନିବାର ବାରବାଟୀକୁ ଅଭ୍ୟାସ କରିବା ପାଇଁ ଯିବେ । ଶନିବାର ସକାଳ ୯ଟାରୁ ୧୨ଟା ଯାଏଁ ୱେଷ୍ଟଇଣ୍ଡିଜ ଓ ଅପରାହ୍ନ ୨ଟାରୁ ୫ଟା ଯାଏଁ ଭାରତୀୟ ଖେଳାଳି ଅଭ୍ୟାସ କରିବେ ବୋଲି ସୂଚନା ମିଳିଛି । ଏଥିପାଇଁ ଅଭ୍ୟାସ ପିଚକୁ ପ୍ରସ୍ତୁତ କରାଯାଇଛି ।

ଓସିଏ ଗେଟ୍‌ ଦେଇ ଖେଳାଳିମାନେ ଯିବାକୁଥିବା ରାସ୍ତାରେ ନୂଆ କାର୍ପେଟ ଲଗାଯାଇଛି। ଡ୍ରେସି˚ ରୁମ୍‌, କର୍ପୋରେଟ ବକ୍ସକୁ ନୂଆ ରୂପ ଦିଆଯାଇଛି। ଖେଳାଳିଙ୍କ ସ୍ବାଗତ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଷ୍ଟାଡିୟମ ଚାରିପଟେ ସେମାନଙ୍କ ପୋଷ୍ଟର ଓ ଫ୍ଲେକ୍ସ ଲଗାଯାଇଛି। ଏହି ଅବସରରେ ସାଧାରଣ ଦର୍ଶକଙ୍କ ପାଇଁ ୬ ନମ୍ବର ଗ୍ୟାଲେରି ଖୋଲା ରହିବ। ଖେଳାଳିଙ୍କ ସୁରକ୍ଷା ପାଇଁ ଅଭ୍ୟାସ ପୂର୍ବରୁ ବୋମା ନିଷ୍କ୍ରିୟକାରୀ ଦଳ, କେ୯ ସ୍କ୍ବାର୍ଡ ଇତ୍ୟାଦି ପଡିଆ ଓ ଗ୍ୟାଲେରି ଯାଞ୍ଚ କରିବେ। ଏହାବାଦ୍‌ ଷ୍ଟାଡିୟମ ଭିତରେ ଓ ବାହାରେ ବ୍ୟାପକ ପୁଲିସ୍‌ ଫୋର୍ସ ନିୟୋଜିତ ରହିବେ। ଗତକାଲି ଖେଳାଳିମାନେ ଭୁବନେଶ୍ୱରବିମାନବନ୍ଦରରେ ପହଁଚିବା ପରେ କଡା ସୁରକ୍ଷା ବଳୟରେ ସିଧାସଳଖ ଆସିଥିଲେ ହୋଟେଲକୁ । ସେଠାରେ ଦୁଇ ଦଳର ଖେଳାଳିଙ୍କୁ ମିଳଛି ଭବ୍ୟ ସ୍ୱାଗତ । ରାତିରେ ହୋଟେଲରେ ଖେଳାଳି ଖାଇଛନ୍ତି ଓଡିଆ ଖାଦ୍ୟ । କୋହଲି ଖାଇଛନ୍ତି ଓଡିଆଙ୍କ ପ୍ରିୟ ଖାଦ୍ୟ ଖେଚୁଡି ।

ଆହତ ଚହରଙ୍କ ସ୍ଥାନରେ ସାଇନି

ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦିନିକିଆରେ ୧/୪୮ ବୋଲିଂ ଚିତ୍ର ପାଇଥିବା ଦ୍ରୁତ ବୋଲର ଦୀପକ ଚହର ବୁଧବାର ବିଶାଖାପାଟଣାରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ୭ ଓଭରରେ ୪୪ ରନ୍‌ ବ୍ୟୟ କରି ୱିକେଟ୍‌ ଶୂନ୍ୟ ରହିଥିଲେ। ତେବେ ମ୍ୟାଚ୍‌ ପରେ ସେ ତଳ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ। ବିସିସିଆଇ ଡାକ୍ତରୀ ଦଳ ତାଙ୍କର ପରୀକ୍ଷା କରିବା ପରେ ପୂରା ସୁସ୍ଥ ହେବା ପାଇଁ ଚହରଙ୍କୁ ବିଶ୍ରାମ ଦରକାର ବୋଲି ପ୍ରସ୍ତାବ ଦେଇଛନ୍ତି। ଫଳରେ ଆହତ ଚହର କଟକର ବାରବାଟୀରେ ରବିବାର ଖେଳାଯିବାକୁ ଥିବା ତୃତୀୟ ତଥା ଶୃଙ୍ଖଳା ନିର୍ଣ୍ଣାୟକ ମ୍ୟାଚ୍‌ ନଖେଳିବା ନିଶ୍ଚିତ ହୋଇଯାଇଛି। ବାରବାଟୀ ମ୍ୟାଚ୍‌ ପାଇଁ ତାଙ୍କ ସ୍ଥାନ ନେଇଛନ୍ତି ନଭନୀତ ସାଇନି। ତେଣୁ ଭାରତ ପାଇଁ ୫ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବା ସାଇନି ରବିବାର ଦିନିକିଆ ଆନ୍ତର୍ଜାତିକ ପଦାର୍ପଣ କରିବା ସମ୍ଭାବନା ରହିଛି।



from Kanak News https://ift.tt/35GCjDE https://ift.tt/2Mbt3zw
ବାରବାଟୀ ଦିନିକିଆ: ଆଜି ବିଶ୍ରାମ ନେବେ, କାଲି ଅଭ୍ୟାସ ପାଇଁ କଟକ ଯିବେ ଦୁଇ ଦଳର ଖେଳାଳି Kanak News ବାରବାଟୀ ଦିନିକିଆ: ଆଜି ବିଶ୍ରାମ ନେବେ, କାଲି ଅଭ୍ୟାସ ପାଇଁ କଟକ ଯିବେ ଦୁଇ ଦଳର ଖେଳାଳି Kanak News Reviewed by SUBHENDU BARAL on December 19, 2019 Rating: 5

No comments:

Powered by Blogger.