ଆଇପିଏଲ୍‌-୨୦୨୦: କମିନ୍ସ ସବୁଠୁ ଦାମୀ ଖେଳାଳି OTV KHABAR BUREAU

ନୂଆଦିଲ୍ଲୀ: ଆଇପିଏଲର ତ୍ରୟୋଦଶ ସଂସ୍କରଣରେ ଅଷ୍ଟ୍ରେଲିଆର ଫାଷ୍ଟ୍‌ ବୋଲର୍‌ ବୋଲର ପ୍ୟାଟ୍ କମିନ୍ସ ଇତିହାସ ରଚିଛନ୍ତି। କୋଲକାତା ନାଇଟ୍ ରାଇଡର୍ସ କମିନ୍ସଙ୍କୁ ୧୫.୫୦ କୋଟି ଟଙ୍କାରେ କିଣିଛି। ଆଇପିଏଲ୍ ଇତିହାସରେ କମିନ୍ସ ଦ୍ୱିତୀୟ ଦାମୀ ଖେଳାଳି ହୋଇଛନ୍ତି। ଏହା ପୂର୍ବରୁ ଯୁବରାଜ ସିଂହଙ୍କୁ ୨୦୧୫ରେ ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ) ୧୬ କୋଟି ଟଙ୍କାରେ କିଣିଥିଲା। କମିନ୍ସଙ୍କ ପାଖରେ ଯୁବିଙ୍କୁ ପଛରେ ପକାଇବାର ଭଲ ସୁଯୋଗ ଥିଲା, କିନ୍ତୁ ସେ ଅଳ୍ପକେ ଏଥିରୁ ବଞ୍ଚିତ ହୋଇଛନ୍ତି।

ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହେଉଛନ୍ତି ବିରାଟ୍ କୋହଲି, ଯାହାଙ୍କୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୭ କୋଟି ଟଙ୍କା ସହ ରିଟେନ୍ କରିଥିଲା। ତେବେ କୋହଲି ଅକ୍ସନର ଅଂଶୀଦାର ଆଉ ନାହାନ୍ତି। ପ୍ୟାଟ୍ କମିନ୍ସଙ୍କୁ ନେବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା, ଯାହା ପରେ କୋଲକାତା ନାଇଟ୍ ରାଇଡର୍ସ ରେସରେ ସାମିଲ୍ ହୋଇଥିଲା ଏବଂ ୧୫.୫୦ କୋଟି ଟଙ୍କାରେ ନିଜ ଟିମରେ ସାମିଲ୍ କରିଥିଲା। ଏଥିସହ କମିନ୍ସ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ସେ ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ପଛରେ ପକାଇଛନ୍ତି । ଷ୍ଟୋକ୍ସଙ୍କୁ ରାଜସ୍ଥାନ ରୟାଲ୍ସ ୧୪.୫୦ କୋଟି ଟଙ୍କାରେ କିଣିଥିଲା। ଚଳିତ ସିଜନ୍ ପାଇଁ କମିନ୍ସଙ୍କର ବେସ୍ ପ୍ରାଇସ୍ ୨କୋଟି ଟଙ୍କା ଥିଲା।

କମିନ୍ସଙ୍କ ପରେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ ପରବର୍ତ୍ତୀ ସଂସ୍କରଣର ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। ତାଙ୍କୁ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ୧୦.୭୫ କୋଟି ଟଙ୍କାରେ ପୁଣିଥରେ କିଣିଛି। ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ୍ ମୋରିସ୍ ପୁଣିଥରେ ନିଜକୁ ମହଙ୍ଗା ସାବ୍ୟସ୍ତ କରିଛନ୍ତି। ମୋରିସଙ୍କୁ ଏଥର ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୦କୋଟି ଟଙ୍କାରେ ନିଜ ଟିମରେ ସାମିଲ୍ କରିଛି।

ୱେଷ୍ଟଇଣ୍ଡିଜର ବାମହାତୀ ପେସ୍ ବୋଲର ଶେଲଡନ୍ କଟ୍ଟରେଲ୍ ଆଇପିଏଲ୍ ନିଲାମରେ ନିଜର ଦବଦବା ଦେଖାଇଛନ୍ତି। ତାଙ୍କୁ ୮.୫୦ କୋଟି ଟଙ୍କାରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ କିଣିଛି। ସେହିପରି ଅଷ୍ଟ୍ରେଲିଆ ଅଲରାଉଣ୍ଡର ନେଥନ୍ କୁଲ୍ଟର-ନାଇଲଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୮ କୋଟି କୋଟିରେ କିଣିଛି। ଭାରତୀୟଙ୍କ ମଧ୍ୟରେ ପୀୟୂଷ ଚାୱଲା ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ପୀୟୂଷଙ୍କୁ ଚେନ୍ନାଇ ସୁପର କିଙ୍ଗସ୍ ୬.୭୫ କୋଟି ଟଙ୍କାରେ କିଣିଛି। ଇଂଲଣ୍ଡର ଯୁବ ଅଲରାଉଣ୍ଡର ସାମ୍ କୁରାନଙ୍କୁ ୫.୫୦ କୋଟିରେ ଚେନ୍ନାଇ ଏବଂ ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନଙ୍କୁ ୫.୨୫ କୋଟି ଟଙ୍କାରେ କୋଲକାତା ନାଇଟ୍ ରାଇଡର୍ସ କିଣିଛି।



from OTV Khabar. https://ift.tt/2Q4E86D
ଆଇପିଏଲ୍‌-୨୦୨୦: କମିନ୍ସ ସବୁଠୁ ଦାମୀ ଖେଳାଳି OTV KHABAR BUREAU ଆଇପିଏଲ୍‌-୨୦୨୦: କମିନ୍ସ ସବୁଠୁ ଦାମୀ ଖେଳାଳି OTV KHABAR BUREAU Reviewed by SUBHENDU BARAL on December 19, 2019 Rating: 5

No comments:

Powered by Blogger.