ବିଶାଖାପାଟଣା ବିଜୟ ପରେ ବାରବାଟୀ ମ୍ୟାଚ ପାଇଁ ବଢିଲା ଉତ୍କଣ୍ଠା । ୨୨ ତାରିଖ ମ୍ୟାଚ୍ ପାଇଁ ଆଜି ଠାରୁ କାଉଁଟରରେ ଟିକଟ ବିକ୍ରି, ରାତି ଅନିଦ୍ରା ହୋଇ ଧାଡିରେ ଠିଆ ହେଲେ ଶହ ଶହ କ୍ରିକେଟ୍ ପ୍ରେମୀ Kanak News

କନକ ବ୍ୟୁରୋ : ବିଶାଖାପାଟଣା ଦିନିକିଆରେ ଟିମଇଣ୍ଡିଆର ଦମଦାର ବିଜୟ ବଢାଇ ଦେଇଛି ବାରବାଟୀ ମ୍ୟାଚର ଗୁରୁତ୍ୱ । ଆସନ୍ତା ୨୨ ତାରିଖରେ କଟକ ବାରବାଟୀରେ ଖେଳାଯିବ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ସିରିଜର ନିର୍ଣ୍ଣାୟକ ଦିନିକିଆ । ସିରିଜ ଏବେ ୧-୧ ସ୍ତରରେ ରହିଛି । ଯେଉଁଦଳ ଏଠାରେ ମ୍ୟାଚ୍ ଜିତିବ , ସିରିଜ କବଜା କରିବ । ସେଥିପାଇଁ ବାରବାଟୀ ମ୍ୟାଚ୍ ହେବ ରୋମାଂଚକର । ବିଶାଖାପାଟଣା ଦିନିକିଆରେ ଭାରତ ହାସଲ କରିଥିଲା ଦମଦାର ବିଜୟ । ରୋହିତ ଶର୍ମା ଓ କେଏଲ୍ ରାହୁଲଙ୍କ ଆକର୍ଷଣୀୟ ଶତକ ପରେ କୁଲଦୀପ ଯାଦବଙ୍କ ହ୍ୟାଟ୍ରିକ୍ ହାସଲ କରି ଭାରତକୁ ଦେଇଥିଲେ ଗୁରୁତ୍ୱପୂର୍ଣ୍ଣ ବିଜୟ । ତେବେ ବିଶାଖାପାଟଣା ପରି ଆଉ ଏକ ରୋମାଂଚକର ମ୍ୟାଚ୍ ବାରବାଟିରେ ଦେଖିବାକୁ ମିଳିବ ବୋଲି ଦର୍ଶକ ଆଶା ରଖିଛନ୍ତି ।

ଆଜି ସକାଳ ପ୍ରାୟ ୯ଟାରେ ଖୋଲିବ ବାରବାଟୀର ଟିକଟ କାଉଁଟର । ଦର୍ଶକଙ୍କ ପାଇଁ କାଉଁଟରରେ ଟିକଟ ବିକ୍ରି ବ୍ୟବସ୍ଥା କରିଛି ଓସିଏ । ନିଜର ଆବଶ୍ୟକ ପରିଚୟପତ୍ର ଦେଖାଇ ଜଣେ ବ୍ୟକ୍ତି କାଉଁଟରରୁ ସର୍ବାଧିକ ୨ଟି ଟିକଟ କିଣିପାରିବ । ତେବେ ଏହି ଟିକଟ ପାଇଁ ଶହ ଶହ କ୍ରିକେଟ ପ୍ରେମୀ ବାରବାଟୀ କାଉଁଟର ଆଗରେ ରାତି ସାରା ଅନିଦ୍ରା ରହି ଧାଡି ଲଗାଇଥିବା ଦେଖିବାକୁ ମିଳିଛି । ଭିଡକୁ ନଜରରେ ରଖି ପୋଲିସ ଫୋର୍ସ ମୁତୟନ ହୋଇ ସାରିଛନ୍ତି । ଏଥର ବାରବାଟୀ କାଉଁଟରରେ ୪ଟି ବର୍ଗରେ ପ୍ରାୟ ୧୦ ହଜାର ୩୯ ଟି ଟିକଟ ବିକ୍ରି ପାଇଁ ରହିଥିବା ଓସିଏ କହିଛି ।



from Kanak News https://ift.tt/38UjtL6 https://ift.tt/36RFW9I
ବିଶାଖାପାଟଣା ବିଜୟ ପରେ ବାରବାଟୀ ମ୍ୟାଚ ପାଇଁ ବଢିଲା ଉତ୍କଣ୍ଠା । ୨୨ ତାରିଖ ମ୍ୟାଚ୍ ପାଇଁ ଆଜି ଠାରୁ କାଉଁଟରରେ ଟିକଟ ବିକ୍ରି, ରାତି ଅନିଦ୍ରା ହୋଇ ଧାଡିରେ ଠିଆ ହେଲେ ଶହ ଶହ କ୍ରିକେଟ୍ ପ୍ରେମୀ Kanak News ବିଶାଖାପାଟଣା ବିଜୟ ପରେ ବାରବାଟୀ ମ୍ୟାଚ ପାଇଁ ବଢିଲା ଉତ୍କଣ୍ଠା । ୨୨ ତାରିଖ ମ୍ୟାଚ୍ ପାଇଁ ଆଜି ଠାରୁ କାଉଁଟରରେ ଟିକଟ ବିକ୍ରି, ରାତି ଅନିଦ୍ରା ହୋଇ ଧାଡିରେ ଠିଆ ହେଲେ ଶହ ଶହ କ୍ରିକେଟ୍ ପ୍ରେମୀ Kanak News Reviewed by SUBHENDU BARAL on December 18, 2019 Rating: 5

No comments:

Powered by Blogger.