ନିର୍ଭୟା କାଣ୍ଡର ୭ ବର୍ଷ ପରେ ନିଜକୁ ନାବାଳକ ବୋଲି କହିଲା ଦୋଷୀ !ପବନ କୁମାର ଦିଲ୍ଲୀ ହାଇକୋର୍ଟରେ ଏନେଇ ଦାୟର କଲା ପିଟିସନ Kanak News

କନକ ବ୍ୟୁରୋ : ନିର୍ଭୟା କାଣ୍ଡର ୭ ବର୍ଷ ପରେ ଦୋଷୀ ନିଜକୁ ଜଣେ ନାବାଳକ ବୋଲି କହିଛି । ଏନେଇ ଦିଲ୍ଲୀ ଉଚ୍ଚତମ ନ୍ୟାୟାଳୟରେ ଦାଏର ହୋଇଛି ପିଟିସନ୍ ।ନିର୍ଭୟା କାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ଦଣ୍ଡାଦେଶ ପାଇଥିବା ୪ ଜଣ ଦୋଷୀଙ୍କ ମଧ୍ୟରୁ ପବନ କୁମାର ଏହି ପିଟିସନ ଦାଏର କରିଛି ।ପବନ ଦାବି କରିଛି ଯେତେବେଳେ ଏହି ମାମଲାରେ ତାକୁ ଗିରଫ କରାଗଲା, ସେତେବେଳେ ସେ ନାବାଳକ ଥିଲା ।
ତେଣୁ ଜୁଭେନାଇଲ୍ ଜଷ୍ଟିସ୍ ଆଧାରରେ ସେ ଯେଉଁ ନ୍ୟାୟିକ ସୁବିଧା ପାଇବା କଥା ତାହା ତାକୁ ମିଳିନାହିଁ । ଦିଲ୍ଲୀ ହାଇକୋର୍ଟ ଏବେ ଏହି ମାମଲାର ଶୁଣାଣି ଗୁରୁବାର କରିବେ । ତଳ କୋର୍ଟରେ ଜଣେ ନାବାଳକ ଭାବେ ପବନର ନ୍ୟାୟିକ ସୁବିଧାରୁ ତାକୁ ବଂଚିତ କରାଯାଇଥିବା ସେ ଯାଚିକାରେ ଉଲ୍ଲେଖ କରିଛି । ୨୦୧୭ ମସିହାରେ ଦିଲ୍ଲୀ ହାଇକୋର୍ଟରେ ପବନ ଏହି ଯାଚିକା ପ୍ରଥମେ ଆଣିଥିଲା । ଯାହାକୁ ସେତେବେଳେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ । ପବନ ଏବେ ତିହାର ଜେଲରେ ଫାଶୀ ଅପେକ୍ଷାରେ ରହିଛି ।
from Kanak News https://ift.tt/38UFoSA https://ift.tt/2P0f8hI
ନିର୍ଭୟା କାଣ୍ଡର ୭ ବର୍ଷ ପରେ ନିଜକୁ ନାବାଳକ ବୋଲି କହିଲା ଦୋଷୀ !ପବନ କୁମାର ଦିଲ୍ଲୀ ହାଇକୋର୍ଟରେ ଏନେଇ ଦାୟର କଲା ପିଟିସନ Kanak News
Reviewed by SUBHENDU BARAL
on
December 18, 2019
Rating:
No comments: