ଚିକ୍କଣିଆ ରାସ୍ତାରେ ଅଧିକ ହେଉଛି ଦୁର୍ଘଟଣା । ଓଡିଶାର ୪ ଦୁର୍ଘଟଣା ପ୍ରବଣ ଅଂଚଳ ଚିହ୍ନଟ : ସାରା ଦେଶରେ ପ୍ରତିଘଂଟାରେ ମରୁଛନ୍ତି ୧୭ ଜଣ ଲୋକ Kanak News

କନକ ବ୍ୟୁରୋ : ଲୋକଙ୍କୁ ସୁରକ୍ଷା ଦେବାକୁ ରାସ୍ତାରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଗଲା । ନିୟମ କଡାକଡି ହୋଇଗଲା । ଜରିମାନା ରାଶି ବଢିଗଲା । ଦୁର୍ଘଟଣା ନିୟନ୍ତ୍ରଣକୁ ଆସିବ ବୋଲି କୁହାଗଲା । ହେଲେ ଖାଲି କଣ ନିୟମ ଲାଗୁହେଲେ ଦୁର୍ଘଟଣା କମିଯିବ । ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖୁଥିବେ, ଯେଉଁଥିରେ ଲୋକେ ନୂଆ ଆଇନ ଭିତରେ ଭିତ୍ତିଭୂମିର ବିକାଶ ଅର୍ଥତ ଭଲ ରାସ୍ତାଘାଟ ତିଆରି ପାଇର୍ ଦାବି କରୁଛନ୍ତି । ହେଲେ ଯେଉଁ ରିପୋର୍ଟ ସାମ୍ନାକୁ ଆସୁଛି ତାହା ଆପଣଙ୍କୁ ଚିନ୍ତା କରିବାକୁ ବାଧ୍ୟକରିବ ।…ଚିକଣିଆ, ଭଲ ରାସ୍ତାରେ ଅଧିକ ସଡକ ଦୁର୍ଘଟଣା ହେଉଛି । ଦେଶରେ ପ୍ରତି ଘଂଟାରେ ୧୭ଜଣଙ୍କ ଜୀବନ ଯାଉଥିବା ବେଳେ ଓଡିଶା ଦୁର୍ଘଟଣା ପ୍ରବଣ ରାଜ୍ୟର ବଦନାମ ମୁଣ୍ଡେଇଛି । ରାଜ୍ୟର ୪ଟି ରାଜପଥକୁ ଦୁର୍ଘଟଣା ଜୋନ ଭାବେ ଚିହ୍ନଟ କରାଯାଇଛି । ଏହି ଅଂଚଳରେ ଦୁର୍ଘଟଣାର ସ୍ଥିତି ଅତି ଉଦବେଗଜନକ ରହିଛି ।

ଏହି ସ୍ଥାନରେ ଦୁର୍ଘଟଣା ରୋକିବା ପାଇଁ ୧୦ କୋଟି ଟଙ୍କା ପୋଲିସକୁ ଦିଆଯିବ । ପାଟ୍ରୋଲିଂ, ଆମ୍ବୁଲାନ୍ସ ସଂଖ୍ୟା ବୃଦ୍ଧି କରାଯିବା ସହ ଅଧିକ ପୋଲିସ କର୍ମଚାରୀ ନିୟୋଜିତ କରାଯିବ । ଏହି ଦୁର୍ଘଟଣା ପ୍ରବଣ ଅଂଚଳରେ ରାସ୍ତା ଠିକ ଅଛି କି ନାହିଁ, ତୃତୀୟ ପାର୍ଟି ଦ୍ୱାରା ଅର୍ଡିଟ ମଧ୍ୟ କରାଯିବ । ତେବେ ଯଦି ଆପଣ ଓଡିଶାର ରାଜରାସ୍ତାରେ ଗାଡି ଚଳାଉଛନ୍ତି ଆପଣମାନେ ଜାଣି ରଖିବା ଦରକାର ଯେ କେଉଁଠି ଆପଣ ମରଣଜନ୍ତାରରେ ପଡିପାରନ୍ତି । କେଉଁ ଜିଲ୍ଲା ସବୁ ଦୂର୍ଘଟଣାର ମୃତ୍ୟୁଜନ୍ତା ଭିତରେ ଆସୁଛି?
from Kanak News https://ift.tt/35C3HTc https://ift.tt/2M8Ra1S
No comments: