ନାଗରିକତା ଆଇନ ବିରୋଧରେ ଦିଲ୍ଲୀରେ ସାରାରାତି ବିକ୍ଷୋଭ : ବ୍ରିଜପୁରୀରେ ପୋଲିସ-ଜନତା ସଂଘର୍ଷ, ସେପଟେ ଅମିତ ଶାହା କହିଲେ, ଯାହା ହେଲେ ବି ଦେଶରେ ଲାଗୁ ହେବ ଆଇନ Kanak News

କନକ ବ୍ୟୁରୋ : ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ଜାରି । ଦିଲ୍ଲୀର ବ୍ରିଜପୁରୀରେ ସାରା ରାତି ବିକ୍ଷୋଭ ପ୍ରଦର୍ଶନ କରିିଛନ୍ତି ଶହ ଶହ ପ୍ରତିବାଦକାରୀ । ଏହି ସମୟରେ ପୋଲିସ-ଜନତା ମୁହାଁମୁହିଁ ହୋଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠି ଚାର୍ଜ କରିବା ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛି ।

ସେହିପରି ପୂର୍ବ ଦିଲ୍ଲୀର ସିଲମପୁରରେ ଏହି ଆଇନ ବିରୋଧରେ ତୀବ୍ର ପ୍ରତିବାଦ ହୋଇଛି । ଏନଆରସି ଓ ଜାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଜୋରଦାର ବିରୋଧ ହୋଇଛି । ଏପରିକି ବିକ୍ଷୋଭକାରୀମାନେ ଦୁଇଟି ପୋଲିସ୍ ବୁଥରେ ନିଆଁ ଲଗାଇଦେଇଛନ୍ତି । ଏଥିରେ ୧୫ ପୋଲିସ କର୍ମଚାରୀଙ୍କ ସମେତ ୨୧ ଜଣ ଆହତ ହୋଇଥିବା ଜଣାପଡିଛି ।

ସେପଟେ ନାଗରିକତା ସଂଶୋଧନ ଆଇନକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯାହା ବି ହେଉ ଆଇନକୁ ଦେଶରେ ଲାଗୁ କରାଯିବ । ଶରଣାର୍ଥୀଙ୍କୁ ନାଗରିକତା ମିଳୁ ଓ ସମସ୍ତେ ସମ୍ମାନର ସହ ଭାରତୀୟ ହୋଇ ବଂଚନ୍ତୁ ବୋଲି ମୋଦି ସରକାର ନିଶ୍ଚିତ କରିବେ । ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ଥାନରୁ ଆସିଥିବା ଅଣ-ମୁସଲମାନଙ୍କୁ ନାଗରକିତା ମିଳୁ ବୋଲି ସରକାର ଚାହାଁନ୍ତି ।

ବିରୋଧୀଙ୍କ ଉପରେ ବି ସେ ବର୍ଷିଛନ୍ତି । ଅମିତ ଶାହ କହିଛନ୍ତି, ଏହି ଆଇନ ନେଇ ଲୋକଙ୍କୁ ଭୁଲ ତଥ୍ୟ ଦେଉଛି ବିରୋଧୀ ଓ ଦେଶରେ ହିଂସା ଭଳି ପରିବେଶ ସୃଷ୍ଟି କରୁଛନ୍ତି । କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଆଇନକୁ ବିରୋଧ କରୁଥିବା ଲୋକ ଏହାକୁ ବିରୋଧ କରିପାରିବେ ।



from Kanak News https://ift.tt/2sCJttQ https://ift.tt/2S2N3bj
ନାଗରିକତା ଆଇନ ବିରୋଧରେ ଦିଲ୍ଲୀରେ ସାରାରାତି ବିକ୍ଷୋଭ : ବ୍ରିଜପୁରୀରେ ପୋଲିସ-ଜନତା ସଂଘର୍ଷ, ସେପଟେ ଅମିତ ଶାହା କହିଲେ, ଯାହା ହେଲେ ବି ଦେଶରେ ଲାଗୁ ହେବ ଆଇନ Kanak News ନାଗରିକତା ଆଇନ ବିରୋଧରେ ଦିଲ୍ଲୀରେ ସାରାରାତି ବିକ୍ଷୋଭ : ବ୍ରିଜପୁରୀରେ ପୋଲିସ-ଜନତା ସଂଘର୍ଷ, ସେପଟେ ଅମିତ ଶାହା କହିଲେ, ଯାହା ହେଲେ ବି ଦେଶରେ ଲାଗୁ ହେବ ଆଇନ Kanak News Reviewed by SUBHENDU BARAL on December 17, 2019 Rating: 5

No comments:

Powered by Blogger.