ଏସସିବିରେ ବି ମିଳୁନାହିଁ କୁକୁର କାମୁଡା ଇଂଜେକସନ୍ । ନିରାଶ ହୋଇ ଫେରୁଛନ୍ତି ଶହଶହ ରୋଗୀ Kanak News

କନକ ବ୍ୟୁରୋ : ରାଜ୍ୟର ସର୍ବବୃହତ ସରକାରୀ ଡାକ୍ତରଖାନା କଟକ ବଡ ମେଡିକାଲରେ ୫ ଦିନ ହେଲା କୁକୁର କାମୁଡ଼ା ଇଞ୍ଜେକ୍ସନ୍ ନାହିଁ । ରୋଗୀ ସକାଳୁ ଆସି ସଂଧ୍ୟାରେ ନିରାଶ ହୋଇ ଫେରୁଛନ୍ତି। ରେକର୍ଡ ଅନୁଯାୟୀ କଟକ ବଡ଼ ମେଡିକାଲରେ ଦିନକୁ ହାରାହାରି ଭାବେ ୨୫୦ କୁକୁର କାମୁଡ଼ା ରୋଗୀ ଇଞ୍ଜେକ୍ସନ୍ ପାଇଁ ଆସିଥା’ନ୍ତି। ଏବେ ଇଞ୍ଜେକ୍ସନ୍ ନମିଳିବାରୁ ରୋଗୀ ସଂପର୍କୀୟଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଏକ ନିର୍ଦ୍ଦିଷ୍ଟ ଘରୋଇ ନର୍ସିଂହୋମ୍ ନିଜର କିଛି କର୍ମଚାରୀଙ୍କୁ ଲଗାଇ ଏସସିବିରୁ କୁକୁର କାମୁଡ଼ା ଇଞ୍ଜେକ୍ସନ୍ ନେଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିବା ପରେ ଉତ୍ତେଜନା ବି ପ୍ରକାଶ ପାଇଛି।

କଟକ ଜିଲ୍ଲାରେ ଗଲା ଦୁଇ ବର୍ଷ ଭିତରେ ୩୭ ହଜାର ୫୦୫ ଜଣ କୁକୁର କାମୁଡ଼ାର ଶିକାର ହୋଇଛନ୍ତି। ଜିଲ୍ଲା ପାଇଁ ବର୍ଷକୁ ୨୦ହଜାର ଭାଏଲ୍ ଇଞ୍ଜେକ୍ସନ୍ ଦରକାର। କିନ୍ତୁ  କଟକ ବଜାରରେ ଏବେ କୌଣସି ସ୍ଥାନରେ ଇଞ୍ଜେକ୍ସନ୍ ମିଳୁ ନଥିବା ବେଳେ ନିର୍ଦ୍ଦିଷ୍ଟ ଭାବେ କଳା ବଜାରରେ ଇଞ୍ଜେକ୍ସନ୍ ଦୁଇ ଗୁଣରୁ ଅଧିକ ଦରରେ ବିକ୍ରି ହେଉଛି। କଟକ ସହରର ରାସ୍ତାଘାଟରେ ବୁଲା କୁକୁରଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଅଧିକ ଲୋକ କୁକୁର କାମୁଡ଼ାର ଶିକାର ହେଉଛନ୍ତି। କିନ୍ତୁ , ଇଞ୍ଜେକ୍ସନ୍ ଅଭାବ ରୋଗୀଙ୍କ ଦୁର୍ଦ୍ଦଶା ବଢାଇ ଦେଇଛି। ଏହାକୁ ଦୃଷ୍ଟିରେ ରଖି ଏସସିବିରେ ଏକ ବୈଠକ ବସିଥିଲା। ବୈଠକର ଆଲୋଚନା ପରେ ବଡ଼ମେଡିକାଲ କର୍ତ୍ତୃପକ୍ଷ ଇଞ୍ଜେକ୍ସନ୍ ଅଭାବ ସମ୍ପର୍କରେ ସ୍ବାସ୍ଥ୍ୟ ସଚିବ ଓ ଏସ୍ଏମ୍ସିର ନିର୍ଦ୍ଦେଶିକାଙ୍କ ସହ କଥା ହୋଇଥିବା ଜଣାପଡ଼ିଛି।

source : OrissaPOST

ତେବେ, ବଡ଼ମେଡ଼ିକାଲ ଅଧୀକ୍ଷକ କହିଛନ୍ତି ଯେ, ଆବଶ୍ୟକତା ମେଣ୍ଟାଇବାକୁ ବଜାରରୁ ଇଞ୍ଜେକ୍ସନ୍ କିଣାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦୈନିକ କେତେ କୁକୁର କାମୁଡ଼ା ଇଞ୍ଜେକ୍ସନ୍ ଦରକାର ତାହାର ତାଲିକା ପ୍ରସ୍ତୁତ କରିବା ପାଇଁ ସଂପକ୍ତ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏପଟେ ଖୋଲା ବଜାରରେ ଇଞ୍ଜେକ୍ସନ୍ ମିଳୁ ନଥିବାରୁ ଏସସିବି କର୍ତ୍ତୃପକ୍ଷ କେଉଁଠୁ ତୁରନ୍ତ ଆଣିବେ, ତାହାକୁ ନେଇ ପ୍ରଶ୍ନ ଉଠୁଛି।

ଏସସିବି ଅଧୀକ୍ଷକ ଡାକ୍ତର ସରୋଜକାନ୍ତ ସାହୁ କହିବା ଅନୁଯାୟୀ, ରାଜ୍ୟ ଔଷଧ ନିଗମ ବଡ ମେଡିକାଲକୁ ଇଞ୍ଜେକ୍ସନ୍ ଯୋଗାଇ ଦେଇ ପାରୁ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ ବଜାରରୁ ଇଞ୍ଜେକ୍ସନ୍ କିଣିବା ପାଇଁ ନିଷ୍ପତ୍ତି ହୋଇଛି। ତେଣୁ ଏ ଦିଗରେ ପଦକ୍ଷେପ ନିଆଯାଉଛି। କିନ୍ତୁ ବଜାରରେ ବି ଅନେକ ମାସ ହେଲା ଇଞ୍ଜେକ୍ସନ୍ ମିଳୁ ନଥିବା ବେଳେ ଏବେ କର୍ତ୍ତୃପକ୍ଷ କେଉଁଠି ଆଣି ଚାହିଦା ପୂରଣ କରିବେ, ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।



from Kanak News https://ift.tt/34tcHsl https://ift.tt/2WdyYYK
ଏସସିବିରେ ବି ମିଳୁନାହିଁ କୁକୁର କାମୁଡା ଇଂଜେକସନ୍ । ନିରାଶ ହୋଇ ଫେରୁଛନ୍ତି ଶହଶହ ରୋଗୀ Kanak News ଏସସିବିରେ ବି ମିଳୁନାହିଁ କୁକୁର କାମୁଡା ଇଂଜେକସନ୍ । ନିରାଶ ହୋଇ ଫେରୁଛନ୍ତି ଶହଶହ ରୋଗୀ Kanak News Reviewed by SUBHENDU BARAL on December 17, 2019 Rating: 5

No comments:

Powered by Blogger.