୨ ଦିନ ସାରା ରାଜ୍ୟରେ ଲାଗି ରହିବ କୁହୁଡି । ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ୨୦ ପରେ ଫେରିପାରେ ଥଣ୍ଡା Kanak News

କନକ ବ୍ୟୁରୋ : ଦୁଇ ଦିନ ଅର୍ଧାଧିକ ଜିଲ୍ଲାରେ ଘନ କୁହୁଡ଼ି ଲାଗିରହିବ। ଉତ୍ତରରୁ ଉପକୂଳ ହେଉ କି ଦକ୍ଷିଣ ଓଡ଼ିଶା, ସବୁଠି ପ୍ରବଳ କୁହୁଡ଼ି ପଡ଼ିବ। ଭୋର ସମୟରେ ସ୍ଥାନେ ସ୍ଥାନେ ୫୦ ମିଟର ପର୍ଯ୍ୟନ୍ତ ରାସ୍ତା ବି ଠିକ୍ ଭାବେ ଦୃଶ୍ୟମାନ ହେବନି। ତାହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୮ ତାରିଖରେ ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ଗଜପତି, କନ୍ଧମାଳ ଓ କୋରାପୁଟ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ୧୯ ତାରିଖ ପାଇଁ ଜିଲ୍ଲାଗୁଡ଼ିକ ବ୍ୟତୀତ କଟକ, କଳାହାଣ୍ଡି, ରାୟଗଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ଘନ କୁହୁଡ଼ି ହେବ। ତେଣୁ ଗାଡ଼ି ଚାଳକମାନେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ଯେ ଏବେ ପବନର ଗତି ପରିବର୍ତନ ହୋଇଛି। ଓଡ଼ିଶାକୁ ଉତ୍ତରା ପବନ ବହୁଥିବାରୁ ଆସନ୍ତା ୨୦ ତାରିଖରୁ ପାଗରେ ସାମାନ୍ୟ ପରିବର୍ତନ ଆସିବ। ଥଣ୍ଡା ଅନୁଭୂତ ହେବା ସହ ସାରା ରାଜ୍ୟରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଥଣ୍ଡା ଅନୁଭୂତ ହେବ। ଅଧିକାଂଶ ସହରରେ ପାରଦ ୧୦ ଡିଗ୍ରି ତଳକୁ ଖସି ଆସିବାର ସମ୍ଭାବନା ରହିଛି। ଏବେ ରାତି ଓ ଦିନର ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରି ଅଧିକ ରହିଛି। ଉପକୂଳ ଓଡ଼ିଶାରେ ଥଣ୍ଡା ଅନୁଭୂତ ହେଉ ନାହିଁ। ରାତିରେ ପାରଦ ୧୫ ଡିଗ୍ରି ଉପରେ ରହୁଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।



from Kanak News https://ift.tt/2sFXJCk https://ift.tt/2EseZxh

୨ ଦିନ ସାରା ରାଜ୍ୟରେ ଲାଗି ରହିବ କୁହୁଡି । ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ୨୦ ପରେ ଫେରିପାରେ ଥଣ୍ଡା Kanak News ୨ ଦିନ ସାରା ରାଜ୍ୟରେ ଲାଗି ରହିବ କୁହୁଡି । ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ୨୦ ପରେ ଫେରିପାରେ ଥଣ୍ଡା Kanak News Reviewed by SUBHENDU BARAL on December 17, 2019 Rating: 5

No comments:

Powered by Blogger.