ଡିସେମ୍ବର ୧୮ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ–ମାନସିକସ୍ତରରେ ବ୍ୟସ୍ତତା ବୃଦ୍ଧି ପାଇବ। ପରିଶ୍ରମର ସମ୍ମୁଖୀନ ହେଲେବିତା’ର ମୂଲ୍ୟ ମିଳିବ। ପରୋପକାରୀ ହେବେ।ମନରେ ସେବା ଭାବନା ଜାଗ୍ରତହେବ। ଉଦାରଚିତ୍ତ ହୋଇପାରନ୍ତି।ଶୁଭରଙ୍ଗ ବ୍ରାଉନ୍। ଶୁଭଅଙ୍କ ୧।

ବୃଷ– ଅଜାଣତରେ କ୍ଷତିସହି ପାରନ୍ତି। ପରାମର୍ଶ ନେଇ କାର୍ଯ୍ୟକଲେ ସଫଳତା ମିଳିବ। କାର୍ଯ୍ୟହାସଲ କରିବେ, ମାତ୍ର ବିଳମ୍ବରେ । ଶତ୍ରୁ ଭାବ ବୃଦ୍ଧି ହେଲେବି କିଛି ଅନିଷ୍ଠହେବ ନାହିଁ।ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୯।

ମିଥୁନ – ମାନସିକ ଅଶାନ୍ତିର ସୁଧାର ଆସିବ। ସୁଖ-ସନ୍ତୋଷଲାଭ କରିପାରନ୍ତି । ବିଭିନ୍ନସ୍ତରରୁ ସହଯୋଗ ମିଳିବ। ପେଟପୁରା ଭୋଜନ ମିଳିଲେ ବି ପାରିବାରିକ ସୁଖମିଳିବ। ଶୁଭରଙ୍ଗ କ୍ରୀମ୍। ଶୁଭ ଅଙ୍କ ୨।

କର୍କଟ–ତୀର୍ଥଯାତ୍ରା ପାଇଁ ସୁଯୋଗ ମିଳିବ। ପ୍ରତାରିତ ହୋଇପାରନ୍ତି। କୌଶଳରେ କାର୍ଯ୍ୟହାସଲ କରିବେ। ଦେବ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିବେ। ଭୋଜନ ସୁଖମିଳିବ। ମଧୁରଭାଷୀ ହେବେ। ଶୁଭରଙ୍ଗ ମେରୁନ୍। ଶୁଭ ଅଙ୍କ ୩।

ସିଂହ –କର୍ମ ଅନୁସାରେ ଫଳ ପ୍ରାପ୍ତ ହେବ, ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ। ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି। ଧର୍ମ-କର୍ମ ସମ୍ପାଦନ କରିପାରନ୍ତି । ଉନ୍ନତିମାର୍ଗରେ ଆଗକୁ ବଢିବେ। ଶୁଭରଙ୍ଗ ଲାଲ୍। ଶୁଭ ଅଙ୍କ ୫।

କନ୍ୟା – ପରିସ୍ଥିତିକୁ ଆକଳନ କରି ଉଦାସୀନ ରହିପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କତା ସହ ଚଳିବାକୁ ପଡିବ।ଗୃହରେ ଶାନ୍ତିର ବାତାବରଣ ସୃଷ୍ଟିହେବ। ନୈତିକତା ବୃଦ୍ଧି ହୋଇପାରେ। ଶୁଭରଙ୍ଗ କ୍ରୀମ୍। ଶୁଭ ଅଙ୍କ ୮।

ତୁଳା–ଶତ୍ରୁତାରୁ ରକ୍ଷା ପାଇବେ। ସେବା-ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି। ଧର୍ମ-କର୍ମସଂପାଦନ କରିପାରନ୍ତି। ଚିତ୍ତ ସନ୍ତୁଷ୍ଟ ହେବ। ବନ୍ଧୁତା ସୁଦୃଢହେବ। ନାନାସୁଖର ଅଧିକାରୀ ହେବେ। ଶୁଭରଙ୍ଗ ଧଳା। ଶୁଭ ଅଙ୍କ ୩।

ବିଛା–ସାମାନ୍ୟ କାରଣରୁ ଉପୁଜିଥିବା ଦ୍ୱନ୍ଦ୍ୱର ଅବସାନ ଘଟିବ। ନିଜର ସ୍ୱାଭିମାନୀ ଅଧିକ ବଳବତ୍ତ ରହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଯାନବାହନ ଚଳାଚଳରେ ସତର୍କତା ଆବଶ୍ୟକ। ଶୁଭରଙ୍ଗ ବ୍ରାଉନ୍। ଶୁଭ ଅଙ୍କ ୯।

ଧନୁ –ସଫଳତାର ସ୍ୱାଦ ଚାଖି ପାରନ୍ତି। କାର୍ଯ୍ୟ ର ସଫଳ ରୂପାୟନ କରି ପ୍ରଶଂସା ଲାଭ କରିବେ। ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। କର୍ମ ତତ୍ପରତା ପ୍ରକାଶ ପାଇବ। ଶୁଭରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୧।

ମକର–ଋଣମୁକ୍ତ ହେବା ଆଶା କରାଯାଏ। ବେଳେବେଳେ ନିଜକୁ ଅସହାୟ ମନେ କରିପାରନ୍ତି। ପ୍ରସନ୍ନତା ଲାଭ କରିବେ।କର୍ମଚଞ୍ଚଳତା ପ୍ରକାଶ ପାଇବ। ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ଶୁଭରଙ୍ଗଲାଲ୍। ଶୁଭ ଅଙ୍କ ୭।

କୁମ୍ଭ -ଆୟଠାରୁ ବ୍ୟୟ ଅଧିକହୋଇପାରେ। ଦିନ ସାରା କାର୍ଯ୍ୟବ୍ୟସ୍ତ ରହିପାରନ୍ତି। ସନ୍ମାର୍ଗୀ ହେବେ। ବିଦୁଷୀ ବ୍ୟକ୍ତିଭାବେ ପରିଗଣିତ ହେବେ। ବହୁମିତ୍ର ଜନଙ୍କ ସାନ୍ନିଧ୍ୟ ପାଇ ଉପକୃ ତହେବେ। ଶୁଭରଙ୍ଗ ଧଳା। ଶୁଭ ଅଙ୍କ ୩।

ମୀନ – ବିପଦରୁ ଉଧୁରୀ ଯିବେ। ଦ୍ରବ୍ୟ ନଷ୍ଟର ଆଶଙ୍କା ଅଛି। କୃଷିକର୍ମରେ ନିୟୋଜିତ ହୋଇପାରନ୍ତି। ଗୁରୁକୁଳ ଆଶ୍ରୟ ନେଇ ଚାକିରିକ୍ଷେତ୍ରରେ ନିଜକୁ ମହାନ୍‌ କରି ଗଢି ତୋଳିପାରନ୍ତି । ଶୁଭରଙ୍ଗ ନୀଳ। ଶୁଭ ଅଙ୍କ ୬।

ଜ୍ୟୋତିର୍ବିଦ – ତ୍ରିନନ୍ଦନ ମିଶ୍ର



from Prameya News7 https://ift.tt/2YWXsXs
ଡିସେମ୍ବର ୧୮ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ ଡିସେମ୍ବର ୧୮ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ Reviewed by SUBHENDU BARAL on December 17, 2019 Rating: 5

No comments:

Powered by Blogger.