ବଢିଲା ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପଙ୍କ ଅଡୁଆ । ହାଉସ ଅଫ ରିପ୍ରେଜେଂଟିଭରେ ମହାଭିଯୋଗ ପ୍ରସ୍ତାବ ପାସ, ୧୦ ଘଂଟା ଧରି ଚାଲିଲା ବିତର୍କ Kanak News

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା । ଆମେରିକା ସଂସଦର ନମ୍ନ ସଦନ ହାଉସ ଅଫ ରିପ୍ରେଜେନଟେଟିଭରେ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ପାରିତ । ଦୀର୍ଘ ୧୦ ଘଂଟାର ବିତର୍କ ପରେ ୨୨୯ଟି ଭୋଟରେ ପାରିତ ହୋଇଛି ମହାଭିଯୋଗ ପ୍ରସ୍ତାବ । କ୍ଷମତାର ଦୁରୂପଯୋଗ କରିଥିବା ଅଭିଯୋଗରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଛି । ଆସନ୍ତା ମାସରେ ଉପର ସଦନ ବା ସିନେଟରେ ଏହି ପ୍ରସ୍ତାବ ଉପସ୍ଥାପନ ହେବ । ତେବେ ସିନେଟରେ ଟ୍ରମ୍ପଙ୍କ ଦଳର ସଂଖ୍ୟା ଗରିଷ୍ଠତା ରହିଛି ।

from Kanak News https://ift.tt/2PBJxTD https://ift.tt/2Z2CF4V
No comments: