ଖୋର୍ଦ୍ଧା ୧୯।୧୨: କମିଶନରେଟ୍ ପୋଲିସର ଚଢାଉ । ୧୧୨ ଗ୍ରାମ ବ୍ରାଉନସୁଗାର ଜବତ ସହ ୫ ଗିରଫ। ଜଟଣୀ ପୋଲିସ, ଖଣ୍ଡଗିରି ପୋଲିସ ଓ କମିଶନରେଟ୍ ପୋଲିସର କୁଇକ୍ ଆକ୍ସନ ଟିମ ଆଇଗଣିଆ ଓ ଗଙ୍ଗପଡା ଟୋଲପ୍ଲାଜା ଅଞ୍ଚଳରେ ମିଳିତ ଭାବେ ଚଢାଉ କରିଥିଲା । ୧୧୨ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି ।

ଏହାସହ ୫ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ମୁସଲିମ ସାହିର ସେକ୍ ଟଲିମ, ଖଣ୍ଡଗିରୀ ଜଦୁପୁର ଗ୍ରାମର ପିଙ୍କୁ ଖାଁ, ଜଳେଶ୍ବରର ସେକ୍ ଇମାନ୍, ଖୋର୍ଦ୍ଧା ପାନବରଜ ଗ୍ରାମର ସାଗର ପାହାଡାସିଂହ, ଜଳେଶ୍ବରର ସେକ୍ ସାକିର ।

ଏମାନଙ୍କ ନିକଟରି ୨୨ ହଜାର ୭ଶହ ଟଙ୍କା ସହ ଗୋଟିଏ ଅଟୋ ରିକ୍ସା, ୩ଟି ବାଇକ୍, ୬ଟି ମୋବାଇଲ ଫୋନ ଜବତ ହୋଇଛି । କମିଶନରେଟ୍ ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
from Prameya News7 https://ift.tt/2PyfVXg
କମିଶନରେଟ୍ ପୋଲିସର ଚଢାଉ : ୧୧୨ ଗ୍ରାମ୍ ବ୍ରାଉନସୁଗାର ଜବତ, ୫ ଗିରଫ
Reviewed by SUBHENDU BARAL
on
December 18, 2019
Rating:
No comments: