ନକଲି ଅଟା କାରଖାନା ଠାବ କଲା ପୋଲିସ । ବିଭିନ୍ନ କମ୍ପାନୀର ଅଟା ତିଆରି ଜରି ସମେତ ବିଭିନ୍ନ ସାମଗ୍ରୀକୁ ବି ଜବତ କଲା ପୋଲିସ Kanak News

କନକ ବ୍ୟୁରୋ : ଯାଜପୁରରେ ନକଲି ଅଟା କାରଖାନା ଠାବ  କରିଛି ପୋଲିସ୍ । ସେଠାରୁ ବିଭିନ୍ନ ପ୍ରତିଷ୍ଠିତ କଂପାନିର ଅଟା ତିଆରି ଜରି,ମେସିନ,ଗହମ ଆଦି ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି ପୋଲିସ୍ । ଏହି ଘଟଣାରେ ଯାଜପୁର ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କେଶବ ଚନ୍ଦ୍ର ପାଣି । ଯାଜପୁର ଥାନା ଦେବୀଦ୍ୱାର ଅଂଚଳରେ କେଶବର ନିଜର ଅଟା କଳ ରହିଛି । ସେଠାରେ ଗହମ ପେଶାଇ ବିଭିନ୍ନ ନାମୀ ଦାମୀ କଂପାନିର ଜରି ଆଣି ସେଥିରେ ସାଧାରଣ ଅଟାକୁ ପ୍ୟାକିଂ କରି ବଜାରକୁ ଛାଡୁଥିଲେ । ଏ ନେଇ ପରିବାର ଅଟା କଂପାନି ପ୍ରଥମେ କଲିକତାର ଏକ ଘରୋଇ ଡିଟେକଟିଭ କଂପାନିର ସହାୟତା ନେଇଥିଲେ ।

ଉକ୍ତ କଂପାନି ଅନୁସନ୍ଧାନ କରି ଜାଣିବା ପରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପାଇବା ପରେ ଯାଜପୁର ପୋଲିସ ଆଜି ଉକ୍ତ ଅଟା କଳ ଉପରେ ଚଢ଼ାଉ କରିଥିଲା । ସେଠାରୁ ଅଟା ପ୍ୟାକେଟ ସହିତ ପ୍ୟାକିଂ ପାଇଁ ଆବଶ୍ୟକ ବିଭିନ୍ନ ସାମଗ୍ରୀ ଜବତ କରିଥିଲା । ପୋଲିସ ଅଭିଯୁକ୍ତ କେଶବକୁ ଆଜି କୋର୍ଟ ଚାଲାଣ କରିବ ।



from Kanak News https://ift.tt/2PPAnlz https://ift.tt/2PRwfBt
ନକଲି ଅଟା କାରଖାନା ଠାବ କଲା ପୋଲିସ । ବିଭିନ୍ନ କମ୍ପାନୀର ଅଟା ତିଆରି ଜରି ସମେତ ବିଭିନ୍ନ ସାମଗ୍ରୀକୁ ବି ଜବତ କଲା ପୋଲିସ Kanak News ନକଲି ଅଟା କାରଖାନା ଠାବ କଲା ପୋଲିସ । ବିଭିନ୍ନ କମ୍ପାନୀର ଅଟା ତିଆରି ଜରି ସମେତ ବିଭିନ୍ନ ସାମଗ୍ରୀକୁ ବି ଜବତ କଲା ପୋଲିସ Kanak News Reviewed by SUBHENDU BARAL on December 16, 2019 Rating: 5

No comments:

Powered by Blogger.