ସିଏଏ ହିଂସା ବନ୍ଦ କରିବାକୁ ଜାମିଆ ମିଲିଆ ଓ ଅଲୀଗଡ଼ ଛାତ୍ରଛାତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଆଜି ମାମଲାର ହେବ ଶୁଣାଣି । Kanak News

ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ଵବିଦ୍ୟାଳୟ ଏବଂ ଉତ୍ତର ପ୍ରଦେଶର ଅଲୀଗଡ଼ ମୁସଲିମ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ରବିବାର ହିଂସାକାଣ୍ଡ ଘଟାଇଛନ୍ତି, ଯାହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ହିଂସା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ଛାତ୍ରଛାତ୍ରୀଙ୍କୁ ସୋମବାର ନିର୍ଦେଶ ଦେଇଛନ୍ତି। ହିଂସାବେଳେ ପୁଲିସ ଛାତ୍ରଛାତ୍ରୀଙ୍କୁ ଲାଠି ମାଡ଼ କରିଥିବା ଅଭିଯୋଗ ହୋଇଛି। ଏ ନେଇ ସୁପ୍ରିମକୋର୍ଟରେ ପୁଲିସ ବିରୋଧରେ ପିଟିଶନ ଦାୟର କରାଯାଇଛି। ତେଣୁ ଛାତ୍ରଛାତ୍ରୀ ହିଂସା ବନ୍ଦ କଲେ ପୁଲିସ ବିରୋଧରେ ହୋଇଥିବା ମାମଲାକୁ ଗ୍ରହଣ କରିବେ ବୋଲି ସୁପ୍ରିମକୋର୍ଟ ଛାତ୍ରଛାତ୍ରୀଙ୍କୁ କହିଛନ୍ତି। ଆଜି ମାମଲାର ଶୁଣାଣି ହେବ ବୋଲି ସୂଚନା ମିଳୁଛି। ଏହାବ୍ୟତୀତ କୋର୍ଟ ଛାତ୍ରଛାତ୍ରୀଙ୍କ ଏପରି ହିଂସାତ୍ମକ ଆନ୍ଦୋଳନକୁ ଭର୍ତ୍ସନା କରିଛନ୍ତି। ଛାତ୍ରଛାତ୍ରୀମାନେ ହିଂସାକାଣ୍ଡ ଘଟାଇବାର କୌଣସି ଅଧିକାର ନାହିଁ। ଛାତ୍ରଛାତ୍ରୀ ହେଲେ ବୋଲି ସେମାନେ ଆଇନକୁ ହାତକୁ ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଅନ୍ୟପଟେ ନାଗରିକତା ଆଇନ ବିରୋଧରେ କଂଗ୍ରେସ ଏବଂ ପ୍ରଦ୍ୟୁତ ଦେବବର୍ମନଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ୨ଟି ମାମଲା ଦାୟର ହୋଇଛି। ଆସନ୍ତା ୧୮ ତାରିଖରେ ଏହି ମାମଲା ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ଜାମିଆମିଲିଆ ଇସଲାମିଆ ଏବଂ ଅଲୀଗଡ଼ ମୁସଲିମ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ହିଂସାତ୍ମକ ଆନ୍ଦୋଳନ ବିଷୟରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ। ସୁପ୍ରିମକୋର୍ଟ ଏ ସମ୍ପର୍କରେ ଅବଗତ ହେବା ଉଚିତ ବୋଲି ଇନ୍ଦିରା ଜୟସିଂହ ଉଲ୍ଲେଖ କରିବା ସହିତ ଏହା ଦେଶରେ ହେଉଥିବା ଗମ୍ଭୀର ମାନବାଧିକାର ଉଲ୍ଲଂଘନ ବୋଲି ଦର୍ଶାଇଥିଲେ। ଏହା ପରେ ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ଦିଲ୍ଲୀ ହାଇକୋର୍ଟରେ ବି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ନେଇ ମାମଲା ଦାୟର କରିଛନ୍ତି । କିନ୍ତୁ ହାଇକୋର୍ଟ ତୁରନ୍ତ ଶୁଣାଣି ପାଇଁ ମନା କରିଦେଇଥିଲେ।
from Kanak News https://ift.tt/2YWN3uN https://ift.tt/2sy6RZs


No comments: