ପୁଣି ଅଲୋଡା ଶିଶୁ କନ୍ୟା : ମୟୂରଭଞ୍ଜ ବେତନଟୀ ସ୍ୱାସ୍ଥ୍ୟକେନ୍ଦ୍ର ଆଗରୁ ଉଦ୍ଧାର ହେଲା ୧୦ ଦିନର ଶିଶୁ, କିଏ ଛାଡିଛି, ସିସିଟିଭିକୁ ଆଧାର କରି ଖୋଜୁଛି ପୋଲିସ Kanak News

କନକ ବ୍ୟୁରୋ : ପୁଣି ଅଲୋଡା ହେଲା ଶିଶୁକନ୍ୟା । ଏଭଳି ଏକ ସମ୍ବେଦନଶୀଳ ଖବର ଆସିଛି ମୟୂରଭଂଜ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ । ଡାକ୍ତରଖାନାର ଷ୍ଟାଫରୁମ୍ ସମ୍ମୁଖରେ କେହିଜଣେ ଏହି ୧୦-୧୨ଦିନର ଶିଶୁ କନ୍ୟାଙ୍କୁ ଛାଡି ଦେଇ ଚାଲିଯାଇଥିଲା । ତେବେ କିଏ କାହିଁକି ଏହି ଶିଶୁକୁ ଛାଡି ଚାଲିଗଲା ତାହା ଏଯାଏଁ ଜଣାପଡି ନାହିଁ ।
ଡାକ୍ତରଖାନା ପକ୍ଷରୁ ଶିଶୁକନ୍ୟାକୁ ଉଦ୍ଧାର କରିବା ସହ ସ୍ୱାସ୍ଥ୍ୟ ଯାଂଚ କରାଯାଇ ରଖାଯାଇଛି । ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ସ୍ୱାଭାବିକ ରହିଥିବା ଜଣାପଡିଛି । ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ଖବର ଦେଇଛନ୍ତି । ଡାକ୍ତରଖାନାର ସିସିଟିଭି ଚିତ୍ରକୁ ଆଧାର କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
from Kanak News https://ift.tt/2PQyntk https://ift.tt/2sxQQTv
ପୁଣି ଅଲୋଡା ଶିଶୁ କନ୍ୟା : ମୟୂରଭଞ୍ଜ ବେତନଟୀ ସ୍ୱାସ୍ଥ୍ୟକେନ୍ଦ୍ର ଆଗରୁ ଉଦ୍ଧାର ହେଲା ୧୦ ଦିନର ଶିଶୁ, କିଏ ଛାଡିଛି, ସିସିଟିଭିକୁ ଆଧାର କରି ଖୋଜୁଛି ପୋଲିସ Kanak News
Reviewed by SUBHENDU BARAL
on
December 16, 2019
Rating:
No comments: