ମୋ କଲେଜ ଯୋଜନାର ପରିଚାଳନା କମିଟି ଗଠନ କଲେ ରାଜ୍ୟ ସରକାର । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ Kanak News

କନକ ବ୍ୟୁରୋ : ମୋ କଲେଜ ଯୋଜନାର ପରିଚାଳନା କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଆକାଶ ଦାସନାୟକଙ୍କୁ ଏହାର ଅଧ୍ୟକ୍ଷ କରିଥିବା ବେଳେ ଏବେ ଅନ୍ୟ ସଦସ୍ୟମାନଙ୍କୁ ମନୋନୀତ କରାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଅଧ୍ୟକ୍ଷଙ୍କ ସମେତ ଏହି କମିଟିରେ ୧୪ ଜଣ ସଦସ୍ୟ ରହିବେ । ମୋ କଲେଜ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି କମିଟିର ସଭ୍ୟ- ସଚିବ ତଥା ଆବାହକ ରହିବେ ।

ଅନ୍ୟପଟେ ଉଚ୍ଚ ଶିକ୍ଷା ବିଭାଗର ସଚିବ ମୋ କଲେଜ ଅଭିଯାନ ପରିଚାଳନା ସଂଗଠନର ଉପାଧ୍ୟକ୍ଷ ରହିବେ । ରାଜ୍ୟର ମହାବିଦ୍ୟାଳୟ ମାନଙ୍କର ଭିତିଭୂମି ବିକାଶ ଓ ଉନ୍ନତି ମୂଳକ ନିଷ୍ପତି ସହ କାର୍ଯ୍ୟାବଳୀ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ମୋ କଲେଜ ଅଭିଯାନ ଆରମ୍ଭ କରିଛନ୍ତି । ତେବେ ଏହି ସଂଗଠନରର ରୂପରେଖ ଚୂଡାନ୍ତ ହେବା ପରେ ଏହାର କାମ ଅଧିକ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି ।



from Kanak News https://ift.tt/2Z0e8xx https://ift.tt/2r1J0Rt
ମୋ କଲେଜ ଯୋଜନାର ପରିଚାଳନା କମିଟି ଗଠନ କଲେ ରାଜ୍ୟ ସରକାର । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ Kanak News ମୋ କଲେଜ ଯୋଜନାର ପରିଚାଳନା କମିଟି ଗଠନ କଲେ ରାଜ୍ୟ ସରକାର । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ Kanak News Reviewed by SUBHENDU BARAL on December 17, 2019 Rating: 5

No comments:

Powered by Blogger.