ନାଗରିକତା ସଂଶୋଧନ ଆଇନ : ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ Kanak News

କନକ ବ୍ୟୁରୋ : ଥମିବାରେ ନା ନେଉନାହିଁ ନାଗରିକତା ସଂଶୋଧନ ଆଇନ ବିବାଦ । ସାରା ଦେଶରେ ଏହାକୁ ନେଇ ଦେଖିବାକୁ ମିଳିଛି ନିଆଁ । ଅନେକ ରାଜ୍ୟରେ ଏହାକୁ ରାଜନୀତିକରଣ ବି କରାଯାଉଛି । କେଉଁଠାରେ ଆନ୍ଦୋଳନ ଚାଲିଛି ତ କେଉଁଠାରେ ପୋଡାଜଳା  । ଆହରୁ ଏହାରି ମଧ୍ୟରେ ନାଗରିକତା ସଂଶୋଧନ ଆଇନ ଓ ଜାମିଆ ବିଶ୍ୱବିଦ୍ୟାଳୟରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ବିରୋଧୀ ।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ୧୬ଟି ଦଳର ପ୍ରତିନିଧି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି । ସେପଟେ ଝାରଖଣ୍ଡରେ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି କଂଗ୍ରେସ ନାଗରିକତା ସଂଶୋଧନ ବିଲ ଆଳରେ ଦେଶରେ ଭୟର ବାତାବରଣ ସୃଷ୍ଟି କରୁଛି । ଦେଶର ମୁସଲିମଙ୍କୁ କଂଗ୍ରେସ ଓ ସହଯୋଗୀ ଦଳ ଭୟଭୀତ କରାଉଥିବା କହିଛନ୍ତି ନରେନ୍ଦ୍ର ମୋଦି ।



from Kanak News https://ift.tt/36MWvE4 https://ift.tt/2RZ8Ctv
ନାଗରିକତା ସଂଶୋଧନ ଆଇନ : ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ Kanak News ନାଗରିକତା ସଂଶୋଧନ ଆଇନ : ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ Kanak News Reviewed by SUBHENDU BARAL on December 17, 2019 Rating: 5

No comments:

Powered by Blogger.