ବଡଦିନ ପାଇଁ ପୁରୀରେ ସୁଦର୍ଶନ ପଟ୍ଟନାୟକଙ୍କ ଥ୍ରୀଡି ସାନ୍ତାକ୍ଲଜ :୨୫ ଶହ ବର୍ଗପୁଟ ସ୍ୟାଣ୍ଡଆର୍ଟରେ ବିଶ୍ବବାସୀଙ୍କୁ ସବୁଜିମାର ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ Kanak News

କନକ ବ୍ୟୁରୋ : ପୁରୀ ବେଳାଭୂମିରେ ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଆରା ଢଙ୍ଗରେ ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ପବିତ୍ର ବଡ଼ ଦିନ ଅବସରରେ ସମଗ୍ର ବିଶ୍ବବାସୀଙ୍କୁ ଶୁଭେଚ୍ଛା ଓ ସବୁଜିମାର ବାର୍ତ୍ତା ଦେବା ପାଇଁ ପୁରୀ ମେ ଫେୟାର ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ବାଲୁକା କଳା ପ୍ରସ୍ତୁତ କରିଛନ୍ତି।

source – Sudarsan Pattnaik

ଏହା ବିଶ୍ବର ସର୍ବବୃହତ୍ ଥ୍ରୀଡି ସ୍ୟାଣ୍ଡ୍ ଆର୍ଟ ମାନ୍ୟତା ପାଇବ ବୋଲି ଶ୍ରୀ ପଟ୍ଟନାୟକ ମତ ରଖିଛନ୍ତି । ପୂର୍ବରୁ କେବଳ ବାଲି ଗଦା କରାଯାଇ ବାଲୁକା କଳା ପ୍ରସ୍ତୁତ କରାଯାଇଥିଲା । ଏଥର କେବଳ ବାଲି ଉପରେ ଏହାକୁ କରାଯାଇଛି। ଏହାର ମ୍ୟାସେଜ ହେଉଛି ଗୋ ଗ୍ରିନ । ୨୫ ଶହ ବର୍ଗପୁଟରେ ଏହି ସ୍ୟାଣ୍ଡଆର୍ଟ ତିଆରି ହୋଇଛି । ବିଶ୍ୱର ଏହା ସବୁଠାରୁ ବଡ ସ୍ୟାଣ୍ଡ ଆର୍ଟ ବୋଲି ଦାବି କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ଏହାକୁ ଦେଖିବାକୁ ଆସୁଥିବା ପର୍ୟ୍ୟଟକମାନେ ବାଲି ଉପରେ ନିର୍ମିତ ସାନ୍ତାକ୍ଲଜ ସହିତ ହାତ ମିଳାଇ ପାରିବେ। ସବୁଜ ବାର୍ତ୍ତା ଦେବା ପାଇଁ ସାନ୍ତାକ୍ଲଜ ଏକ ଚାରା ଉପହାର ଦେଉଥିବା ଦୃଶ୍ୟ ମଧ୍ୟ ବାଲୁକା କଳାରେ ରହିଛି।



from Kanak News https://ift.tt/2Qf5Vl3 https://ift.tt/2ESVgr0
ବଡଦିନ ପାଇଁ ପୁରୀରେ ସୁଦର୍ଶନ ପଟ୍ଟନାୟକଙ୍କ ଥ୍ରୀଡି ସାନ୍ତାକ୍ଲଜ :୨୫ ଶହ ବର୍ଗପୁଟ ସ୍ୟାଣ୍ଡଆର୍ଟରେ ବିଶ୍ବବାସୀଙ୍କୁ ସବୁଜିମାର ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ Kanak News ବଡଦିନ ପାଇଁ ପୁରୀରେ ସୁଦର୍ଶନ ପଟ୍ଟନାୟକଙ୍କ ଥ୍ରୀଡି ସାନ୍ତାକ୍ଲଜ :୨୫ ଶହ ବର୍ଗପୁଟ ସ୍ୟାଣ୍ଡଆର୍ଟରେ ବିଶ୍ବବାସୀଙ୍କୁ ସବୁଜିମାର ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ Kanak News Reviewed by SUBHENDU BARAL on December 24, 2019 Rating: 5

No comments:

Powered by Blogger.