ଦର୍ଶକଙ୍କ ମଧ୍ୟରେ ନିଆଁ ଲଗାଇଲା ଆମୀରଙ୍କ ଝିଅ ଇରା ଖାନଙ୍କ ଫଟୋ, ସୋସିଆଲ ମିଡିଆରେ ହେଲା ଭାଇରାଲ…

ମୁମ୍ବାଇ୧୮|୧୨: ବିଗତ କିଛି ଦିନ ମଧ୍ୟରେ ବଲିଉଡର ଅନେକ ଷ୍ଟାର କିଡ୍ସ ଡେବ୍ୟୁ କରିଛନ୍ତି। ଶାହରୁଖ ଖାନଙ୍କ ଝିଅଠୁ ଆରମ୍ଭ କରି ସୈଫଙ୍କ ଝିଅ ଏବେ ପରଦାରେ ଖୁବ ଲୋକପ୍ରିୟତା ହାସଲ କରୁଛନ୍ତି। ଠିକ୍‌ ସେହିଭଳି ଆମୀର ଖାନ୍‌ଙ୍କ ଝିଅ ଇରା ଖାନ ଏଯାଏଁ ବଲିଉଡରେ ଡେବ୍ୟୁ କରିନାହାନ୍ତି ସତ ହେଲେ ସେ କିଛି କମ ଫେମସ ନୁହନ୍ତି।

 ଆମୀରଙ୍କ ପ୍ରଥମ ସ୍ତ୍ରୀ ରାନୀ ଦତ୍ତଙ୍କ ଝିଅ ହେଲେ ଇରା। ଇରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି।ଅଧିକାଂଶ ସମୟରେ ସେ ନିଜ ପ୍ରେମିକକୁ ନେଇ ଚର୍ଚ୍ଚାରେ ଥାନ୍ତି। ଅନ୍ୟ ଷ୍ଟାରକିଡ୍‌ଙ୍କଠାରୁ ଇରା ବହୁତ ଅଲଗା।

ଇରା ଖାନ୍‌ ଆଜିକାଲି ନିଜ ବୋଲ୍ଡ ଫଟୋଶୁଟ୍‌ ନେଇ ଚର୍ଚ୍ଚାରେ ରହୁଛନ୍ତି। ତାଙ୍କଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି। ନିକଟରେ ଇରା ଏକ ଫଟୋକୁ ଇଣ୍ଟରନେଟ୍‌ରେ ସେୟାର କରିଛନ୍ତି, ଯେଉଁଥିରେ ସେ ବ୍ୟାକ୍‌ଲେସ ଗାଉନ୍‌ ପିନ୍ଧିଛନ୍ତି।

ଏହି ଫଟୋରେ ତାଙ୍କ ଫିଗର ପୂରା ଏକ୍ସପୋଜ୍‌ ହୋଇଥିବା ଦେଖିବାକୁ ମିଳିଛି। ଇରାଙ୍କର ଏହି ବୋଲ୍ଡ ଫଟୋ ଗୁଡିକ ଖୁବ ଭାଇରାଲ ହେଉଛି । ତେବେ ଇରାଙ୍କର ଏଭଳି ଫଟୋଶୁଟକୁ ତାଙ୍କ ଫ୍ୟାନ୍‌ମାନେ ବେଶ୍‌ ପ୍ରଶଂସା କରିଛନ୍ତି।

ଇରା ସବୁବେଳେ ନିଜ ପ୍ରଫେଶନାଲ୍‌ ଏବଂ ପର୍ସନାଲ୍‌ ଲାଇଫ୍‌ ସହ ଜଡ଼ିତ ଫଟୋଗୁଡ଼ିକୁ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରନ୍ତି। ଇରା ପ୍ରଶଂସା ପାଇବା ସହ ଅନେକ ଥର ନିଜ ବୋଲ୍ଡ ଏବଂ ସେକ୍ସି ଫଟୋଶୁଟ୍‌ ପାଇଁ ଟ୍ରୋଲ୍‌ର ସାମ୍ନା ମଧ୍ୟ କରିଛନ୍ତି।



from Prameya News7 https://ift.tt/36MwSDb
ଦର୍ଶକଙ୍କ ମଧ୍ୟରେ ନିଆଁ ଲଗାଇଲା ଆମୀରଙ୍କ ଝିଅ ଇରା ଖାନଙ୍କ ଫଟୋ, ସୋସିଆଲ ମିଡିଆରେ ହେଲା ଭାଇରାଲ… ଦର୍ଶକଙ୍କ ମଧ୍ୟରେ ନିଆଁ ଲଗାଇଲା ଆମୀରଙ୍କ ଝିଅ ଇରା ଖାନଙ୍କ ଫଟୋ, ସୋସିଆଲ ମିଡିଆରେ ହେଲା ଭାଇରାଲ… Reviewed by SUBHENDU BARAL on December 17, 2019 Rating: 5

No comments:

Powered by Blogger.