ଇଜିପ୍ଟରୁ ପିଆଜ ଆସିଲା, ନାସିକ ପିଆଜର ଭାଉ କମିଲା । ରାଜଧାନୀରେ ବିକ୍ରି ହେଲା ଇଜିପ୍ଟ ପିଆଜ, କିନ୍ତୁ ଏଯାଏଁ ଖସିଲାନି ଦର । Kanak News

କନକ ବ୍ୟୁରୋ : ଓଡିଶାକୁ ଆସିଲା ଇଜିପ୍ଟ ପିଆଜ । ରାଜଧାନୀରେ ପ୍ରବେଶ କରିଛି ଇଜିପ୍ଟ ପିଆଜ ।ଫଳରେ ଗ୍ରାହକଙ୍କୁ ଟିକିଏ ଆଶ୍ୱସ୍ତି ମିଳିଛି । ଇଜିପ୍ଟ ପିଆଜର ଓଡିଶା ବଜାରରେ ଏଣ୍ଟ୍ରି ସହ ପିଆଜର ଦର ୧୦୦ରୁ ଖସିଛି । ଏବେ ଇଜିପ୍ଟ ପିଆଜର ଦର ୮୦ ଟଙ୍କା ରହିଥିବା ବେଳେ ନାସିକ ପିଆଜର ପାଇକାରୀ ଦର କିଲୋ ପିଛା ୭୦/୭୫ ଟଙ୍କାକୁ ଖସିଛି । ମହାରାଷ୍ଟ୍ରରେ ପିଆଜ ଅମଳ ଋତୁ ପାଖେଇ ଆସୁଥିବା ବେଳେ ଇଜିପ୍ଟ ପିଆଜ ଭାରତ ବଜାରକୁ ଆସିଥିବାରୁ ଖୁବ୍ ଶୀଘ୍ର ଦରରେ ଦ୍ରୁତ ହ୍ରାସ ଘଟିବା ଆଶା କରାଯାଉଛି। ନୂଆବର୍ଷ ପ୍ରଥମ ସପ୍ତାହ ସୁଦ୍ଧା ଆଖିଦୃଶିଆ ହ୍ରାସ ଘଟିବ ବୋଲି ଆଶା କରାଯାଉଛି।
ଓଡିଶାକୁ ଏବେ ଇଜିପ୍ଟ ପିଆଜ କମ୍ ପରିମାଣର ଆସୁଛି। ଛତିଶଗଡ଼ ରାୟପୁର ମଣ୍ଡିରୁ କିଛି ବ୍ୟବସାପୟୀ ପରୀକ୍ଷାମୂଳକଭାବେ ଭୁବନେଶ୍ୱର ବଜାରକୁ ଆଣିଛନ୍ତି। ଆଜି ପ୍ରାୟ ୩୨ ଟନ୍ ପାଖାପାଖି କୁବେରପୁରୀକୁ ଆସିଛି। ଏହି ପିଆଜର ଆକାର ବେଶ୍ ବଡ଼ ହୋଇଥିବାରୁ ଖାଉଟି ଏହାକୁ କିଭଳି ଗ୍ରହଣ କରିବେ, ତାହା ଜଣାପଡ଼ିନାହିଁ। ଏମିତିକି ଗୋଟିଏ ପିଆଜ ଓଜନ ଅଧ କିଲୋଠାରୁ ଅଧିକ ରହୁଛି। ହୋଟେଲ ଭଳି ସଂସ୍ଥା ପାଇଁ ଏହି ପିଆଜ ବେଶ୍ ଲାଭ ଦାୟକ। ମାତ୍ର ଏବେ ଚାଲିଥିବା ବର୍ଧିତ ଦରରେ ସାଧାରଣ ଖାଉଟି ଏହି ପିଆଜ ପ୍ରତି ଆଗ୍ରହୀ ହେବା ସମ୍ଭାବନା କମ୍। ତେଣୁ ଅଧିକ ଆମଦାନି କଲେ କ୍ଷତି ସହିବାର ଆଶଙ୍କା ରହିଛି।

from Kanak News https://ift.tt/34Oo0vy https://ift.tt/34QGlIb
No comments: