ବିଏମ୍‌ସିର ଟିକସ ଆଦାୟ କରିବେ କିନ୍ନର : ବିଏମ୍‌ସି-କିନ୍ନର ଗୋଷ୍ଠୀ ଚୁକ୍ତିନାମା ସ୍ୱାକ୍ଷରିତ Kanak News

କନକ ବ୍ୟୁରୋ : ଯେଉଁମାନେ ବର୍ଷ ବର୍ଷ ଧରି ବିଏମ୍‌ସିର ଟିକସ ଫାଙ୍କୁଛନ୍ତି ଓ ବାରମ୍ବାର ନୋଟିସ୍‌ ସତ୍ତ୍ବେ ବି ଟିକସ ଜମା କରୁନାହାନ୍ତି, ଏବେ ସେମାନଙ୍କ ଘରକୁ ବିଏମ୍‌ସି କିନ୍ନରଙ୍କୁ ପଠାଇବ । ବିଏମ୍‌ସିକୁ ଅଭ୍ୟାସଗତ ଭାବେ ଠକୁଥିବା ଲୋକ, ବ୍ୟବସାୟୀ ଓ ପ୍ରତିଷ୍ଠାନକୁ ବାଟକୁ ଆଣିବା ଲାଗି ବିଏମ୍‌ସି ଏପରି ଅଭିନବ ଉପାୟ ବାହାର କରିଛି । ଗତକାଲି ଏନେଇ ବିଏମ୍‌ସି ଏବଂ କିନ୍ନର ସ୍ବୟଂ ସହାୟିକା ଗୋଷ୍ଠୀ ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷର ହୋଇଛି।

ବିଏମ୍‌ସି ଡେପୁଟି କମିସନର (ରାଜସ୍ବ) ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ ରାଜଧାନୀରେ ଶତାଧିକ ଲୋକ ଅଛନ୍ତି ଯେଉଁମାନେ ହୋଲଡିଂ ଟିକସ ଦେଉନାହାନ୍ତି। ସେମାନଙ୍କୁ ବାରମ୍ବାର ନୋଟିସ୍‌ କରିବା ସହ ବିଭିନ୍ନ ଧମକ ଦେବା ସତ୍ତ୍ବେ ବି କିଛି ପ୍ରଭାବ ପଡ଼ୁନି। ତେଣୁ କିନ୍ନରଙ୍କୁ ତାଙ୍କ ଘରକୁ ପଠାଇ ଟିକସ ଆଦାୟ କରିବୁ। କିନ୍ନରମାନେ ସେମାନଙ୍କ ଉପାୟରେ ଟିକସ ଆଦାୟ କରିବେ । ସେମାନେ ଯେତିକି ଟିକସ ଆଦାୟ କରିବେ (୪୦ଲକ୍ଷ ପର୍ଯ୍ୟନ୍ତ) ତା’ର ଏକ ପ୍ରତିଶତ ସେମାନଙ୍କୁ ଦିଆଯିବ । ଏହାଠାରୁ ଅଧିକ ଆଦାୟ କଲେ (୬୦ଲକ୍ଷ ପର୍ଯ୍ୟନ୍ତ) ୧.୫% ଏବଂ ୬୦ ଲକ୍ଷରୁ ଅଧିକ ରାଜସ୍ବ ଆଦାୟ କଲେ ଆଦାୟ ପରିମାଣର ୨% ଦିଆଯିବ। କୌଣସି ଦରମା କାହାକୁ ଦିଆଯିବନି ।

ପ୍ରଥମ ପର୍ଯ୍ୟାୟରେ ୧୦ଜଣ କିନ୍ନର ବିଏମ୍‌ସି ଯୋଜନାରୋ ସାମିଲ ହେବେ। ସେମାନଙ୍କୁ ଆବଶ୍ୟକ ତାଲିମ୍ ଦିଆଯିବା ପରେ ପଠାଯିବ। ଏହି କାର୍ଯ୍ୟକ୍ରମ ଦ୍ବାରା ତୃତୀୟ ଲିଙ୍ଗୀଙ୍କୁ ବି ସ୍ବାବଲମ୍ବୀ କରାଯାଇପାରିବ। କିନ୍ନରମାନେ ଯେଉଁ ଟିକସ ଆଦାୟ କରିବେ ତା’ର ବିବରଣୀ ପରବର୍ତ୍ତୀ ମାସର ପଞ୍ଚମ ଦିନରେ ଦାଖଲ କରିବେ। କିନ୍ନରମାନଙ୍କୁ ସ୍ବତନ୍ତ୍ର ୟୁନିଫର୍ମ, ବ୍ୟାଚ୍‌ ଓ ପରିଚୟ ପତ୍ର ପ୍ରଦାନ କରାଯିବ।

 

କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ଉପୁଜିଲେ, ବିଏମ୍‌ସି ଓ କିନ୍ନର ଗୋଷ୍ଠୀ ଆପୋସ ସମାଧାନ କରିବେ। ବିଏମ୍‌ସି କମିସନରଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ନିଷ୍ପତ୍ତି ହେବ । ଗତକାଲିର ଚୁକ୍ତିନାମ‌ାରେ ବିଏମ୍‌ସି ପକ୍ଷରୁ ଶ୍ରୀମନ୍ତ ମିଶ୍ର ଏବଂ କିନ୍ନରଙ୍କ ପକ୍ଷରୁ କଳିଙ୍ଗ ଷ୍ଟୁଡିଓ ଛକରେ ଥିବା ଓଁକାର ବସ୍ତିର ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ମେଘନା ସାହୁ ସ୍ବାକ୍ଷର କରିଥିଲେ ।



from Kanak News https://ift.tt/35BmGgt https://ift.tt/2ExBNfm
ବିଏମ୍‌ସିର ଟିକସ ଆଦାୟ କରିବେ କିନ୍ନର : ବିଏମ୍‌ସି-କିନ୍ନର ଗୋଷ୍ଠୀ ଚୁକ୍ତିନାମା ସ୍ୱାକ୍ଷରିତ Kanak News ବିଏମ୍‌ସିର ଟିକସ ଆଦାୟ କରିବେ କିନ୍ନର : ବିଏମ୍‌ସି-କିନ୍ନର ଗୋଷ୍ଠୀ ଚୁକ୍ତିନାମା ସ୍ୱାକ୍ଷରିତ Kanak News Reviewed by SUBHENDU BARAL on December 18, 2019 Rating: 5

No comments:

Powered by Blogger.