ବାରବାଟୀ ମ୍ୟାଚ ପାଇଁ ବଢିଲା ଉତ୍କଣ୍ଠା : ଟିକେଟ୍ କିଣିବାକୁ କାଉଣ୍ଟର ଆଗରେ କ୍ରିକେଟ ପ୍ରେମୀଙ୍କ ଲମ୍ବା ଲାଇନ୍ Kanak News

କନକ ବ୍ୟୁରୋ : ବାରବାଟି ମ୍ୟାଚ ପାଇଁ ବଢ଼ିଲା ଉତ୍କଣ୍ଠା । ରାତି ଅନିଦ୍ରା ହୋଇ କାଉଣ୍ଟରରେ ଟିକେଟ୍ କିଣିବା ପାଇଁ ଲମ୍ବା ଲାଇନ୍ ଲଗାଇଛନ୍ତି କ୍ରିକେଟ ପ୍ରେମୀ । ଆଉ କିଛି ସମୟ ପରେ ଖୋଲିବ ବାରବାଟୀର ଟିକଟ କାଉଣ୍ଟର । ନିଜର ଆବଶ୍ୟକ ପରିଚୟପତ୍ର ଦେଖାଇ ଜଣେ ବ୍ୟକ୍ତି କାଉଁଟରରୁ ସର୍ବାଧିକ ୨ଟି ଟିକଟ କିଣିପାରିବ । ତେବେ ଏହି ଟିକଟ ପାଇଁ ଶହ ଶହ କ୍ରିକେଟ ପ୍ରେମୀ ବାରବାଟୀ କାଉଁଟର ଆଗରେ ଗତକାଲି ରାତିରୁ ଅନିଦ୍ରା ରହି ଧାଡି ଲଗାଇଥିବା ଦେଖିବାକୁ ମିଳିଛି ।
ଭିଡକୁ ନଜରରେ ରଖି ପୋଲିସ ଫୋର୍ସ ମୁତୟନ ହୋଇ ସାରିଛି । ଏଥର ବାରବାଟୀରେ ୧୨ଟି କାଉଁଟରରେ ପ୍ରାୟ ୧୦ ହଜାର ୩୯ ଟି ଟିକଟ ବିକ୍ରି ପାଇଁ ରହିଥିବା ଓସିଏ କହିଛି । ବିଶାଖାପାଟଣା ଦିନିକିଆରେ ଟିମଇଣ୍ଡିଆର ଦମଦାର ବିଜୟ ପରେ ବଢିଯାଇଛି ବାରବାଟୀ ଦିନିକିଆ ମ୍ୟାଚର ଗୁରୁତ୍ୱ । ଆସନ୍ତା ୨୨ ତାରିଖରେ କଟକ ବାରବାଟୀରେ ଖେଳାଯିବ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ସିରିଜର ନିର୍ଣ୍ଣାୟକ ଦିନିକିଆ । ସିରିଜ ଏବେ ୧-୧ ସ୍ତରରେ ରହିଛି । ଯେଉଁଦଳ ଏଠାରେ ମ୍ୟାଚ୍ ଜିତିବ, ସିରିଜ କବଜା କରିବ । ସେଥିପାଇଁ ବାରବାଟୀ ମ୍ୟାଚ୍ ହେବ ରୋମାଂଚକର ।
ବିଶାଖାପାଟଣା ଦିନିକିଆରେ ଭାରତ ହାସଲ କରିଥିଲା ଦମଦାର ବିଜୟ । ରୋହିତ ଶର୍ମା ଓ କେଏଲ୍ ରାହୁଲଙ୍କ ଆକର୍ଷଣୀୟ ଶତକ ପରେ କୁଲଦୀପ ଯାଦବଙ୍କ ହ୍ୟାଟ୍ରିକ୍ ହାସଲ କରି ଭାରତକୁ ଦେଇଥିଲେ ଗୁରୁତ୍ୱପୂର୍ଣ୍ଣ ବିଜୟ । ତେବେ ବିଶାଖାପାଟଣା ପରି ଆଉ ଏକ ରୋମାଂଚକର ମ୍ୟାଚ୍ ବାରବାଟିରେ ଦେଖିବାକୁ ମିଳିବ ବୋଲି ଦର୍ଶକ ଆଶା ରଖିଛନ୍ତି ।
from Kanak News https://ift.tt/2YZWqtY https://ift.tt/2rZUvcJ

No comments: