ଭୁବନେଶ୍ବର ୧୯।୧୨: ରବିବାର ଖେଳାଯିବାକୁ ଥିବା ବାରବାଟୀ ଦିନିକିଆ ପାଇଁ ଆଜି ଅପରାହ୍ନ ସାଢେ ଗୋଟାଏରେ ଉଭୟ ଦଳର ଖେଳାଳି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । କଡ଼ା ସୁରକ୍ଷା ମଧ୍ୟରେ ସେମାନଙ୍କୁ ମେ ଫେୟାର ହୋଟେଲକୁ ନିଆଯିବ ।

ଖେଳାଳିଙ୍କୁ ସ୍ବାଗତ କରିବାକୁ ସବୁ ପ୍ରସ୍ତୁତି କରାଯାଇଛି । ସମ୍ପୂର୍ଣ୍ଣ ପାରମ୍ପରିକ ଢଙ୍ଗରେ ଖେଳାଳିଙ୍କୁ ହୋଟେଲରେ ସ୍ବାଗତ କରାଯିବ। ମେ ଫେୟାରରେ ୮୫ଟି ରୁମ୍ ବୁକ୍ କରାଯାଇଛି । ମନ ପସନ୍ଦର ରୁମ୍ ଖେଳାଳିଙ୍କ ପାଇଁ ଆଲର୍ଟ କରାଯାଇଛି । ଯେମିତି ମେନ୍ ଇନ୍ ବ୍ଲୁ ଦଳର ଅଧିନାୟକ ବିରାଟ କୋହଲି ରହିବେ ୧୩୪ ନମ୍ବର ରୁମରେ ।

ହୋଟେଲର ସ୍ବତନ୍ତ୍ର ମେନ୍ୟୁ ବି ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ସି ଫୁଡ୍ ସହ ହେଲଥ ଡ୍ରିଙ୍କ୍ସ ଓ କିଛି ସ୍ପେଶାଲ ଡେଜର୍ଟ ଆଇଟମକୁ ସାମିଲ କରାଯାଇଛି । ଶୁକ୍ରବାର ଖେଳାଳିମାନେ ଅଭ୍ୟାସ କରିବାକୁ ଷ୍ଟାଡିୟମକୁ ଆସିବେ। ସକାଳ ୯ଟାରେ ଓ୍ବେଷ୍ଟଇଣ୍ଡିଜ୍ ଓ ଅପରାହ୍ନ ୨ଟାରେ ଭାରତୀୟ ଖେଳାଳିମାନେ ଅଭ୍ୟାସ କରିବାକୁ ସୂଚୀ ପ୍ରସ୍ତୁତ ହୋଇଛି । ଏଥିପାଇଁ ଅଭ୍ୟାସ ପିଚ୍ର ପ୍ରସ୍ତୁତି ପର୍ଯ୍ୟାୟ ଶେଷ ହୋଇଛି।

କମିସନରେଟ ପୁଲିସ୍ ପକ୍ଷରୁ ବୁଧବାର କାରକେଡ୍ ରିହରସାଲ କରାଯାଇଥିଲା। ଭୁବନେଶ୍ବର କମିସନରେଟ ପୁଲିସ୍ ପକ୍ଷରୁ ଖେଳାଳିମାନଙ୍କୁ ସୁରକ୍ଷା ବଳୟ ମଧ୍ୟରେ ଷ୍ଟାଡିୟମକୁ ଅଣାଯିବ। ତ୍ରିଶୁଳିଆ ରାସ୍ତାରେ ସୁରକ୍ଷା ଜନିତ ସମସ୍ୟା ଥିବାରୁ ଖେଳାଳିମାନଙ୍କୁ ଜାତୀୟ ରାଜପଥ ପଟେ ଅଣାଯିବ। ସୁରକ୍ଷାକର୍ମୀଙ୍କ ମଧ୍ୟରେ କମାଣ୍ଡୋ ନିୟୋଜିତ ହୋଇଛନ୍ତି।
from Prameya News7 https://ift.tt/34ulDhe
No comments: