ନା ନାସା , ନା ଇସ୍ରୋ . . .କେହି ଖୋଜିପାରିଲେନି ବିକ୍ରମର ଭଗ୍ନାବିଶେଷର ଠିକଣା, ଲ୍ୟାଣ୍ଡର ସନ୍ଧାନରେ ସଫଳ ହେଲେ ଭାରତୀୟ ଯୁବ ଇଞ୍ଜିନିୟର୍ Kanak News

କନକ ବ୍ୟୁରୋ : ଭାରତର ବହୁ ଚର୍ଚ୍ଚିତ ମିଶନ୍ ଚନ୍ଦ୍ରଯାନ-୨ ର ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର ବେଶ କିଛି ଦିନ ପରେ ଏହାର ଧ୍ୱଂସାବଶେଷର ଅବସ୍ଥିତି ନେଇ ଠୋସ୍ ପ୍ରମାଣ ମିଳିଥିଲା। ନା ନାସା , ନା ଇସ୍ରୋ କେହି ଖୋଜିପାରିଲେନି ବିକ୍ରମର ଭଗ୍ନାବିଶେଷର ଠିକଣା । ଶେଷରେ ଏଥିରେ ସଫଳ ହେଲେ ଜଣେ ଭାରତୀୟ ଯୁବ ଇଞ୍ଜିନିୟର । ବିକ୍ରମର ଭଗ୍ନାବିଶେଷର ଠିକଣା ଖୋଜିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଭାରତୀୟ ଯୁବ ଇଞ୍ଜିନିୟର ଶନମୁଗା ସୁବ୍ରମଣ୍ୟମ୍ ଓରଫ ଶନଙ୍କୁ ନାସା ଶ୍ରେୟ ଦେଇଛି । ପୁରୁଣା ଏବଂ ନୂଆ ଅର୍ଥାତ ବିକ୍ରମ କ୍ରାଶ୍ ଲ୍ୟାଣ୍ଡ କରିବା ପୂର୍ବର ଏବଂ ପର ସମୟର ଫଟୋକୁ ତୁଳନାତ୍ମକ ଭାବେ ବାରମ୍ବାର ଦେଖି ଶନ୍ ବିକ୍ରମର ଧ୍ୱଂସାବଶେଷକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଠାବ କରିପାରିଥିଲେ।
ନାସା ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାପଡ଼ିଥିଲା, ଲୁନାର ରେକନ୍ନାଇଜାନ୍ସ ଅର୍ବିଟର ପ୍ରକଳ୍ପର କ୍ୟାମେରା ଟିମ୍ ଚନ୍ଦ୍ରପୃଷ୍ଠର ବିଭିନ୍ନ ଫଟୋ ରିଲିଜ୍ କରିଥିଲେ । ଏହା ମହାକାଶରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଛଡ଼ାଯାଇଥିଲା।
ତେବେ ଏହି ଫଟୋ ସବୁ ଏବଂ ପୁରୁଣା ଫଟୋସବୁକୁ ଅନୁଶୀଳନ କରି ଶନ୍ ଏଲଆରଓ ପ୍ରକଳ୍ପ ଟିମକୁ ଧଳା ଚିହ୍ନିତ ସ୍ଥାନ ବାବଦରେ ସୂଚନା ଦେଇଥିଲେ । ଏହା ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠ ଯିବା ପୂର୍ବରୁ ନଥିଲା । ଟିମ୍ ନିଜେ ଗବେଷଣା ଆରମ୍ଭ କରି ଏହା ହିଁ ବିକ୍ରମର ଅବତରଣସ୍ଥଳ ବୋଲି ନିଶ୍ଚିତ କରିଥିଲା । ଶନ୍ ବେଶ କିଛି ଦିନ ଧରି ଚନ୍ଦ୍ରପୃଷ୍ଠର ଫଟୋସବୁକୁ ସ୍କାନ କରିଆସୁଥିଲେ । ଯଦିଓ କିଛି ସକାରାତ୍ମକ ତଥ୍ୟ ପାଇଥିବା କଥା ପୂର୍ବରୁ ଟ୍ୱିଟରରେ ଘୋଷଣା କରିଥିଲେ, ଟ୍ୱିଟର ବ୍ୟବହାରକାରୀମାନେ ଏହାକୁ ମିଛ ପ୍ରମାଣିତ କରିଆସିଥିଲେ।
ତେବେ ସେ ରେଡ୍ଡିଟ୍ ଫୋରମରୁ ଲ୍ୟାଣ୍ଡିଂ ଲୋକେସନ୍ ଏବଂ ବିକ୍ରମର ମାର୍ଗ ବାବଦରେ ତଥ୍ୟ ପାଇଥିଲେ। ଅବତରଣସ୍ଥଳରୁ ପ୍ରଥମେ ୧ କିଲୋମିଟର ପରିଧି ମଧ୍ୟରେ ଏବଂ ପରେ ୨ ବର୍ଗ କିଲୋମିଟର ପରିଧି ମଧ୍ୟରେ ଖୋଜିବାକୁ ଆରମ୍ଭ କରିଥିଲେ ସେ । ଉତ୍ତର ଦିଗରେ ଖୋଜିବାକୁ ଆରମ୍ଭ କରିବା ପରେ ବିକ୍ରମ ଉତ୍ତର ଦିଗରୁ ହିଁ ଅବତରଣ ସ୍ଥଳକୁ ଆଗେଇଥିଲା । ସେଠାରେ ଅନେ ଗୁଡ଼ାଏ ଚିହ୍ନ ପାଇଥିଲେ ହେଁ ସେସବୁ ଭୁଲ ଥିଲା। ପରେ କିଛି ବିନ୍ଦୁ ଦେଖିବାକୁ ପାଇବା ପରେ ଗତ ୯ ବର୍ଷର ଚିତ୍ର ସହ ସେସବୁକୁ ମେଳାଇଥିଲେ ଶନମୁଗା ସୁବ୍ରମଣ୍ୟମ୍ । ନିଶ୍ଚିତ ହେବା ପରେ ତୁରନ୍ତ ନାସାକୁ ଜଣାଇଥିଲେ ।
from Kanak News https://ift.tt/34xXrus https://ift.tt/36PZwmQ
No comments: