
କନକ ବ୍ୟୁରୋ : ଚାଷୀଙ୍କ ଆୟ ଦୁଇ ଗୁଣା ହେବ । ଏନେଇ ତିନିଟି ସୋପାନକୁ କାର୍ଯ୍ୟକାରୀ କରିବେ ରାଜ୍ୟ ସରକାର । ଏଥିପାଇଁ ପ୍ରସ୍ତୁତ ହୋଇଥିବା କୃଷି ନୀତିକୁ ମଂଜୁର କରିଛି କ୍ୟାବିନେଟ । ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜାର, ଉନ୍ନତ ଜ୍ଞାନ କୈାଶଳ ବ୍ୟବହାର କରି ଚାଷୀ କିପରି ସ୍ୱାବଲମ୍ବୀ ହୋଇପାରିବେ ତାହା ଉପରେ୍ ଫୋକସ ରଖାଯାଇଛି । କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କର ଅଭିବୃଦ୍ଧି ପ୍ରକିୟାକୁ ସୁଦୃଢ କରିବା ପାଇଁ କୃଷି ନୀତିରେ ବ୍ୟବସ୍ଥା ରହିଛି ।
୮ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ ମୋହର ମାରିଛନ୍ତି । ଏହା ସହ ଓଡିଶା ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ସତ୍ୟବାଦୀରେ ପ୍ରତିଷ୍ଠା ପାଇଁ କ୍ୟାବିନେଟରେ ମଂଜୁର ହୋଇଛି । ଓଡିଶା ସିଭିଲ ସର୍ଭିସ ରୁଲ କ୍ୟାର୍ଡର ପରିବର୍ତନ ପାଇଁ ମଧ୍ୟ ବୈଠକରେ ନିଷ୍ପତି ହୋଇଛି । ଭଲ ପ୍ରଦର୍ଶନ ଅନୁସାରେ ଏଣିକି ପଦୋନ୍ନତି ମିଳିବ । ଏହା ସହ ସରକାରୀ ଅଧ୍ୟାପକ ପାଇଁ ଆବେଦନ କରିବାର ସର୍ବନିମ୍ନ ବୟସ ସୀମା ୪୮ ବର୍ଷକୁ ବୃଦ୍ଧି କରାଯାଇଛି ।
from Kanak News https://ift.tt/2sCc02R https://ift.tt/2mR8ePX
ଦୁଇଗୁଣା ହେବ ଚାଷୀଙ୍କ ଆୟ । ତିନିଟି ସୋପାନକୁ କାର୍ଯ୍ୟକାରୀ କରିବେ ରାଜ୍ୟ ସରକାର Kanak News
Reviewed by SUBHENDU BARAL
on
December 17, 2019
Rating:
No comments: