ଆଜି ପବିତ୍ର ବଡଦିନ । ମଧ୍ୟରାତ୍ରୀରେ ଧରାପୃଷ୍ଠକୁ ଓହ୍ଲାଇଲେ ଯୀଶୁ, ଉତ୍ସବମୁଖର ହେଲା ପୂରା ପୃଥିବୀ, ସ୍ୱାଗତ କଲେ ଶ୍ରଦ୍ଧାଳୁ । Kanak News

କନକ ବ୍ୟୁରୋ : ଆଜି ପବିତ୍ର ବଡଦିନ । ଆଜିର ଦିନରେ ଧରାବତରଣ କରିଥିଲେ ପ୍ରଭୁ ଯୀଶୁ । ଯେଉଁଥିପାଇଁ ଆଜି ଯୀଶୁଙ୍କ ପାଦ ଚୁମ୍ବନ କରି ଶ୍ରଦ୍ଧା ନିବେଦନ କରିଛି ପୂରା ପୃଥିବୀ । ଚର୍ଚ୍ଚ ପରିସରରେ ଶୋଭାପାଉଛି ଖ୍ରୀଷ୍ଟମାସ ଲ୍ୟାମ୍ପ । ଝୁଲୁଛି ଜିଙ୍ଗଲ ବେଲ ।
ଚଳଚଂଚଳ ଥିଲା ଚର୍ଚ୍ଚ ପରିସର । ରଙ୍ଗ ବେରଙ୍ଗର ଆଲୁରେ ଝଲସୁଥିଲା ଚର୍ଚ୍ଚ । ସବୁ ଚର୍ଚ୍ଚରେ ଖଚାଖଚ ଭିଡ । ଜାତି,ଧର୍ମ, ବର୍ଣ୍ଣ ନିିର୍ବିଶେଷରେ ସବୁ ବର୍ଗର ଲୋକେ ସାମିଲ ହୋଇଥିଲେ । ଚର୍ଚ୍ଚ ପରିସରରେ ଶୋଭା ପାଉଥିଲା ଖ୍ରୀଷ୍ଟମାସ ଲ୍ୟାମ୍ପ । ଝୁଲୁଥିଲା ଜିଙ୍ଗଲ ବେଲ । ଝଲସୁଥିଲା ବିଭିନ୍ନ ଉପହାର ଖଚିତ ଖ୍ରୀଷ୍ଟମାସ ବୃକ୍ଷ । ମଧ୍ୟରାତ୍ରି ପର୍ଯ୍ୟନ୍ତ ଚର୍ଚ୍ଚରୁ ଭାସି ଆସୁଥିଲା ସମବେତ କାରୋଲ ସଙ୍ଗୀତ । ଶ୍ରଦ୍ଧାଳୁମାନେ ଶୀତକୁ ଖାତିର ନକରି ଯୀଶୁଙ୍କ ବାଣୀ ଶୁଣିବାରେ ମସଗୁଲ ଥିଲେ । ଯୀଶୁଙ୍କ ଜନ୍ମ ବୃତ୍ତାନ୍ତକୁ ବ୍ୟାଖ୍ୟା କରୁଥିଲା ସ୍ୱତନ୍ତ୍ର ଭାବେ ନିର୍ମିତ ଏନ୍ତୁଡ଼ିଶାଳ ।


ଓଡ଼ିଆ ଓ ଇଂରାଜୀରେ ସଂଗୀତ ଦଳ ପ୍ରାର୍ଥନା ପରିବେଷଣ କରିଥିଲେ । ପରେ ବାଇବେଲ ପାଠ ଓ ପ୍ରାର୍ଥନା କରାଯାଇଥିଲା । ମଦର ମେରିଙ୍କୁ ସ୍ମରଣ କରି ଅନେକ ଖ୍ରୀଷ୍ଟିଆନ ଓ ହିନ୍ଦୁ ଭାଇଭଉଣୀ ମହମବତି ଜାଳିଥିଲେ । ଉତ୍ସବରେ ବିଳମ୍ବିତ ରାତି ଯାଏଁ ସାମିଲ ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ । ଏତେ ସଂଖ୍ୟକ ଭିଡ଼କୁ ସମ୍ଭାଳିବା ତଥା ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ରାଜଧାନୀର ବିଭିନ୍ନ ଚର୍ଚ୍ଚରେ ୫ ପ୍ଲାଟୁନ ପୁଲିସ ମୁତୟନ ହୋଇଥିଲେ ।
from Kanak News https://ift.tt/37asdLI https://ift.tt/2MqQXXY
No comments: