ଥମୁନି CAB ବିରୋଧୀ ନିଆଁ : ଜାମିଆରେ ସମସ୍ତ ସ୍କୁଲ ଛୁଟି ଘୋଷଣା, ଅଟକ ଛାତ୍ରଙ୍କୁ ଛାଡିଲା ପୋଲିସ

ନୂଆଦିଲ୍ଲୀ ୧୬।୧୨: ସଂଶୋଧିତ ନାଗରିକତା ଆଇନ ବିରୋଧରେ ରବିବାର ଦିନ ଦିଲ୍ଲୀରେ ବ୍ୟାପକ ପରିମାଣରେ ହିଂସା ଦେଖାଦେଇଥିଲା । ବିକ୍ଷୋଭକାରୀମାନେ ବସ୍ ପୋଡିବା ସହ ପୋଲିସକୁ ଆକ୍ରମଣ କରିଥିଲେ । ପୋଲିସ ଲାଠଚାର୍ଜ ସହ ଲୁହବୁହା ଗ୍ୟାସର ପ୍ରୟୋଗ କରିଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, ସଂଶୋଧିତ ନାଗରିକତା ଆଇନ ବିରୋଧରେ ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ବବିଦ୍ୟାଳୟରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଏବେ ଉଗ୍ରରୂପ ଧାରଣ କରିଛି। ଉତ୍ୟକ୍ତ ଛାତ୍ର ମାନେ ବସ୍ ଓ ଅନ୍ୟ ଗାଡ଼ି ପୋଡ଼ାଜଳା କରିବା ସହିତ ଟାୟାର ଜାଳି ରାସ୍ତା ଅବରୋଧ କରୁଥିଲେ।  ଆନ୍ଦୋଳନକାରୀ ଛାତ୍ର ମାନେ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ ।

ପୋଲିସ ସେମାନଙ୍କ ଉପରେ ଲାଠି ଚାର୍ଜ କରିବା ସହିତ ବର୍ବରତା ଦେଖାଇଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି। ପୋଲିସର ଲାଠି ମାଡ଼ରେ ୧୧ ଜଣ ଛାତ୍ର ଆହତ ହୋଇଛନ୍ତି। ସେପଟେ ୬ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।  ସ୍ଥାନୀୟ କାଲାକାଜି  ପୋଲିସ ଷ୍ଟେସନରେ ୫୦ରୁ ଅଧିକ ଅଟକ ଥିବା ଛାତ୍ରଙ୍କୁ  ବିଳମ୍ବିତ ରାତିରେ ପୋଲିସ ଛାଡି ଦେଇଛି । ପରିସ୍ଥିତିକୁ ଦେଖି ବିଶ୍ବବିଦ୍ୟାଳୟ ଅଞ୍ଚଳରେ ପୋଲିସ ଛାଉଣୀ କରାଯାଇଛି।  ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ବନ୍ଦ ଥିବା  ମେଟ୍ରୋ ଷ୍ଟେସନକୁ ସୋମବାର ସକାଳରେ ଖୋଲାଯାଇଛି । ସେପଟେ ପରିସ୍ଥିତି ନଜର ରଖି ଜାମିଆ ଅଞ୍ଚଳରେ ଥିବା ସମସ୍ତ ସ୍କୁଲକୁ ଛଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର ।



from Prameya News7 https://ift.tt/2LT1gUv
ଥମୁନି CAB ବିରୋଧୀ ନିଆଁ : ଜାମିଆରେ ସମସ୍ତ ସ୍କୁଲ ଛୁଟି ଘୋଷଣା, ଅଟକ ଛାତ୍ରଙ୍କୁ ଛାଡିଲା ପୋଲିସ ଥମୁନି CAB ବିରୋଧୀ ନିଆଁ : ଜାମିଆରେ ସମସ୍ତ ସ୍କୁଲ ଛୁଟି ଘୋଷଣା, ଅଟକ ଛାତ୍ରଙ୍କୁ ଛାଡିଲା ପୋଲିସ Reviewed by SUBHENDU BARAL on December 15, 2019 Rating: 5

No comments:

Powered by Blogger.