ଖୋର୍ଦ୍ଧା୧୬।୧୨: ଖୋର୍ଦ୍ଧା କ୍ଲିନିକରେ ଗୁଳିମାଡ ଘଟଣରେ ଗୁରୁତର ଔଷଧ ଦୋକାନୀ ସନ୍ତୋଷ ସାହୁଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଏକ ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ମୃତ୍ୟୁ ହୋଇଛି । ସନ୍ତୋଷଙ୍କୁ ଗୁରୁତର ଭାବେ ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବର ସ୍ଥିତ ଏକ ଘେରାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ରବିବାର ଦିନ କ୍ଲିନିକରେ ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ ଡାକ୍ତରଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଡାକ୍ତରଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ବେଳେ ନିକଟରେ ଥିବା ମେଡ଼ିସିନ ଦୋକାନୀଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା । ଡାକ୍ତର ଜଣକ ହେଲେ ଶିଶୁ ରୋଗ ବିଶେଷଜ୍ଞ ମାନସ ରଞ୍ଜାନ ଦାସ । ରବିବାର ସେ କ୍ଲିନିକ୍ ରେ ବସି ରୋଗୀ ଦେଖୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ, ପରେ ଦୁଇ ଦୁର୍ବୃତ୍ତ ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଆହତ ଡାକ୍ତର ମାନସ ଦାସ ଓ ମେଡ଼ିସିନ ଦୋକାନୀ ସନ୍ତୋଷ ସାହୁଙ୍କୁ ଭୁବନେଶ୍ବରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଆହତ ଡାକ୍ତରଙ୍କ ପେଟରେ ଗୁଳି ବାଜିଛି । ତାଙ୍କୁ ପ୍ରଥମ ଖୋର୍ଦ୍ଧା ଡାକ୍ତରଖାନା ଏବଂ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରଙ୍କ ଉପରେ ଦୁର୍ବୃତ୍ତ ମାନେ ଗୁଳି ଚଳାଇଥିବା ବେଳେ ମେଡିସିନ୍ ଷ୍ଟୋର ମାଲିକ ତାଙ୍କୁ ବଞ୍ଚାଇବାକୁ ଆସିବା ବେଳେ ଦୁର୍ବୃତ୍ତ ମାନେ ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ଖୋର୍ଦ୍ଧା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଗୁଳିକାଣ୍ଡ ର ସମସ୍ତ ଘଟଣା ସିସିଟିଭି ରେ କଏଦ ହୋଇଛି । ସିସିଟିଭି କୁ ଆଧାର କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ତେବେ ଖୁବଶୀଘ୍ର ଦୁର୍ବୃତ୍ତ ମାନଙ୍କୁ ଧରାଯିବ ବୋଲି ଖୋର୍ଦ୍ଧା ଏସ୍ ପି ସୂଚନା ଦେଇଛନ୍ତି।
from Prameya News7 https://ift.tt/2EkjXvZ
No comments: