ମଙ୍ଗଳ ଦୋଷରୁ ମୁକ୍ତ ହେବେ ଏହି ୬ଟି ରାଶି, ଜାଣନ୍ତୁ କ’ଣ ମିଳିବ ଲାଭ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶିଚକ୍ରରେ ସାମିଲ ହୋଇଥିବା ରାଶିମାନଙ୍କ ମଧ୍ୟରୁ କିଛି ରାଶି ମଙ୍ଗଳ ଦୋଷରୁ ମୁକ୍ତ ହୋଉପାରନ୍ତି । ଯାହା ଫଳରେ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଉତ୍ତମ ସମୟ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଏମାନଙ୍କ ଜୀବନରେ ଅଚାନକ ଅନେକ ପରିବର୍ତ୍ତନ ଆସିପାରେ । ଏହି ରାଶିର ବ୍ୟକ୍ତିଙ୍କ ସମସ୍ତ ସ୍ବପ୍ନ ସତ ହେବାର ସମ୍ଭାବନା ରହିଛି ।

ମେଷ, କୁମ୍ଭ ରାଶି :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲମ୍ବା ସମୟ ପରେ ମେଷ ଏବଂ କୁମ୍ଭ ରାଶି ମଙ୍ଗଳ ଦୋଷରୁ ମୁକ୍ତ ହୋଇପାରନ୍ତି । ଏହି ରାଶିର ବ୍ୟକ୍ତିଙ୍କ କୁଣ୍ଡଳୀରେ ଗ୍ରହମାନଙ୍କର ସ୍ଥିତି ଉତ୍ତମ ରହିଛି । ଯାହା ଫଳରେ ଏମାନଙ୍କ ଜୀବନରେ ଉତ୍ତମ ସମୟ ଆଗମନର ଯଥେଷ୍ଟ ସମ୍ଭାବନା ରହିଛି । ପ୍ରେମ ବ୍ୟାପାରରେ ଏମାନଙ୍କୁ ସଫଳତା ମିଳିପାରେ । ଏମାନଙ୍କ ଧନସମ୍ପତ୍ତି ବୃଦ୍ଧି ହେବା ସହ ଆର୍ଥିକ ସ୍ଥିତ ସଦୃଢ ହେବାର ସମ୍ଭାବନା ରହିଛି । ଏହି ସମୟ ମେଷ ଏବଂ କୁମ୍ଭ ରାଶି ପାଇଁ ଅତ୍ୟନ୍ତ ଲାଭଦାୟକ । ଏମାନଙ୍କ ଉପରେ ସର୍ବଦା ପ୍ରଭୁ ହନୁମାନଙ୍କ ଅସୀମ କୃପା ରହିବ ।

କର୍କଟ, ମୀନ ରାଶି :

ଏହି ଦୁଇ ରାଶି ମଧ୍ୟ ମଙ୍ଗଳ ଦୋଷ ଦୂର ହେବାକୁ ଯାଉଛନ୍ତି । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଉତ୍ତମ ସମୟର ଆଗମନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏମାନଙ୍କ ସମସ୍ତ ମନୋସ୍କାମନା ପୂରଣ ହୋଇପାରେ । ଏମାନଙ୍କୁ ନିଜ ମନ ପସନ୍ଦର ଜୀବନସାଥୀ ମିଳିବାର ସମ୍ଭାବନା ମଧ୍ୟ ରହିଛି । ଏହି ରାଶିର ବ୍ୟକ୍ତିଙ୍କ ପରିବାରରେ ସୁଖ, ସମୃଦ୍ଧି ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହି ରାଶିର ବ୍ୟକ୍ତିଙ୍କୁ ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ରହିଛି । ଏମାନଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନ ହୋଇପାରେ । ଏମାନଙ୍କର ସମସ୍ତ ସ୍ବପ୍ନ ମଧ୍ୟ ପୂରଣ ହେବାର ସମ୍ଭାବନା ରହିଛି । ଏମାନେ ପ୍ରଭୁ ହନୁମାନଙ୍କ ଆରାଧନା କରିବା ଉଚିତ୍ ।

ତୁଳା, ବୃଷ ରାଶି :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତୁଳା ଏବଂ ବୃଷ ରାଶି ମଙ୍ଗଳ ଦୋଷରୁ ମୁକ୍ତି ପାଇବେ । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ସୁଖର ସମୟ ଆସିପାରେ । ବ୍ୟବସାୟରେ ଏମାନେ ଲାଭବାନ୍ ହୋଇପାରନ୍ତି । ଏମାନଙ୍କ ଆର୍ଥିକ ସ୍ଥିତ ସୁଦୃଢ ହୋଇପାରେ । ଏମାନଙ୍କ ବୈବାହିକ ଜୀବନ ସୁଖମୟ ହେବାର ସମ୍ଭାବନା ରହିଛି । ବୈବାହିକ ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇପାରେ । ଏମାନଙ୍କୁ ଜୀବନସାଥୀଙ୍କ ସହଯୋଗ ମିଳିପାରେ । ଏମାନଙ୍କ ପାରିବାରିକ ଜୀବନ ସୁଖମୟ ହେବ । ଏମାନେ ଏକ ସଫଳ ଜୀବନ ଅତିବାହିତ କରିପାରନ୍ତି । ପ୍ରଭୁ ହନୁମାନଙ୍କ ଆରାଧନା ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ ।



from Prameya News7 https://ift.tt/35uPbwm
ମଙ୍ଗଳ ଦୋଷରୁ ମୁକ୍ତ ହେବେ ଏହି ୬ଟି ରାଶି, ଜାଣନ୍ତୁ କ’ଣ ମିଳିବ ଲାଭ ମଙ୍ଗଳ ଦୋଷରୁ ମୁକ୍ତ ହେବେ ଏହି ୬ଟି ରାଶି, ଜାଣନ୍ତୁ କ’ଣ ମିଳିବ ଲାଭ Reviewed by SUBHENDU BARAL on December 16, 2019 Rating: 5

No comments:

Powered by Blogger.