୩ଦଫା ଦାବି ନେଇ ୨ଦିନିଆ ବଲାଙ୍ଗାର ବନ୍ଦ ପାଳନ, ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ପିକେଟିଂ

ବଲାଙ୍ଗିର ୧୮।୧୨: ଆଜିଠୁ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ । ତିନିଦଫା ଦାବି ନେଇ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି । ବଲାଙ୍ଗୀର ଆକ୍ସନ କମିଟି ଓ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ପିକେଟିଂ କରାଯାଉଛି ।

ସୂଚନାଯୋଗ୍ୟ ଯେ, ତିନିଦଫା ଦାବି ନେଇ ବଲାଙ୍ଗୀର ଆକ୍ସନ କମିଟି ଓ ବିଭିନ୍ନ ସଂଗଠନ ପକ୍ଷରୁ ବଲାଙ୍ଗୀର ୨ଦିନିଆ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି । ତିନି ଦଫା ଦାବିଗୁଡିକ- ୧-ଲୋୟର ସୁକତେଲ ପ୍ରକଳ୍ପ ଶୀଘ୍ର ନିର୍ମାଣ କରାଯିବା, ୨-ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନସ୍ଥାପନ କରାଯାଉ ଓ ୩-ବଲାଙ୍ଗୀର ବାଏ ପାସ ରାସ୍ତାର କାମକୁ ତ୍ବରାନ୍ବିତ କରାଯିବା ଭଳି ୩ଟି ଦାବି ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ସହ ବ୍ୟାଙ୍କ  ଓ ପୋଷ୍ଟ ଅଫିସ ବନ୍ଦ ରହିବ । ଆନ୍ଦୋଳନକାରୀଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଉଛି ।



from Prameya News7 https://ift.tt/2M8g7KN
୩ଦଫା ଦାବି ନେଇ ୨ଦିନିଆ ବଲାଙ୍ଗାର ବନ୍ଦ ପାଳନ, ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ପିକେଟିଂ ୩ଦଫା ଦାବି ନେଇ ୨ଦିନିଆ ବଲାଙ୍ଗାର ବନ୍ଦ ପାଳନ, ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ପିକେଟିଂ Reviewed by SUBHENDU BARAL on December 17, 2019 Rating: 5

No comments:

Powered by Blogger.