ଶବକୁ ଅସମ୍ମାନ : ଅର୍ଥାଭାବରୁ ସ୍ତ୍ରୀର ଶବକୁ ଟ୍ରଲିରେ ବୋହିଲେ ସ୍ବାମୀ

ଉଦଳା ୧୭।୧୨: ଅର୍ଥାଭାବରୁ ସ୍ତ୍ରୀର ଶବକୁ ଟ୍ରଲିରେ ବୋହିଲେ ସ୍ବାମୀ । ଏଭିଳି ଏକ କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି । ସ୍ତ୍ରୀଙ୍କର ପ୍ରସବ ହେବା ପରେ ମୃତ୍ୟୁ ହୋଇଥିଲା ।  ମୃତଦେହ ଆଣି ସଂପର୍କୀୟଙ୍କ ଘରେ ଶବଦାହ କରିବାକୁ ଚାହିଁଥିଲେ ସ୍ବାମୀ, କିନ୍ତୁ ସଂପର୍କୀୟ ଘରେ ଶବଦାହ କରିବାକୁ ମନା କରିବାରୁ ଶେଷରେ ଟ୍ରଲିରେ ସ୍ତ୍ରୀର ଶବକୁ ଧରି ନିଜ ଗାଁକୁ ଫେରିଯାଇଥିଲେ ସ୍ବାମୀ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଂଚଳରେ । 

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସାନଜୁନୁପାଳ ଗ୍ରାମର ଖେଲା ସୋରେନ୍ ତାଙ୍କର ସ୍ତ୍ରୀ ରାଇମାତ ସୋରେନଙ୍କ ପ୍ରସବ ନିମନ୍ତେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ରାଇମାତ ଏକ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ମୃତ୍ୟୁବରଣ କରିଥିଲେ । ନବଜାତ ପୁଅକୁ ଡାକ୍ତରଖାନାରେ ଡାକ୍ତରଙ୍କ ହେପାଜତରେ ଛାଡି ସ୍ତ୍ରୀର ମୃତଦେହକୁ ସ୍ବର୍ଗରଥରେ ନେଇ ଉଦଳା ଥାନା ଉର୍ମଳ ଗ୍ରାମ ସ୍ଥିତ ନିଜ ସଂପର୍କୀୟ ଘରକୁ ଯାଇଥିଲେ, କିନ୍ତୁ ସଂପର୍କୀୟ ଘର ଲୋକେ ରାଇମାତର ଶବକୁ ତାଙ୍କ ଗ୍ରାମରେ ଦାହ କରିବାକୁ ମନା କରିଦେଇଥିଲେ । ଯାହାଫଳରେ ନିଜ ସ୍ତ୍ରୀର ମୃତଦେହକୁ ନିଜ ଗାଁକୁ ନେବାକୁ ଚାହିଁଥିଲେ ଖେଲା ।

ହେଲେ ତାଙ୍କ ପାଖରେ ଟଙ୍କା ନ ଥିବାରୁ ଏକ ଟ୍ରଲି ମାଗିଆଣି ସେଥିରେ ସ୍ତ୍ରୀର ମୃତଦେହକୁ ବୋହି ବୋହି ନେଇ କପ୍ତିପଦା ଥାନା ସାନଜୁନୁପାଳ ଗାଁକୁ ଯାଉଥିଲେ । ତେବେ ଉର୍ମଳ ଗ୍ରାମରୁ ତିନି କିଲୋମିଟର ଯିବା ପରେ ରାସ୍ତା ପାର୍ଶ୍ବ ନାବରା ଜଙ୍ଗଲରେ ମୃତଦେହକୁ ପୋତି ଦେବାକୁ ଚାହିଁଥିଲେ ସ୍ବାମୀ । ନିକଟସ୍ଥ  ଗ୍ରାମବାସୀମାନେ ଏହାକୁ ବିରୋଧ କରିବାରୁ ପୁଣି ଶବକୁ ଟ୍ରଲିରେ ଧରି ନିଜ ଗାଁକୁ ଯିବା ବାଟରେ ସ୍ବାମୀ ଖେଲାକୁ ଅଟକାଇଥିଲା ପୋଲିସ । ତେବେ ଶବକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି  ପୋଲିସ ।



from Prameya News7 https://ift.tt/2PtArbN
ଶବକୁ ଅସମ୍ମାନ : ଅର୍ଥାଭାବରୁ ସ୍ତ୍ରୀର ଶବକୁ ଟ୍ରଲିରେ ବୋହିଲେ ସ୍ବାମୀ ଶବକୁ ଅସମ୍ମାନ : ଅର୍ଥାଭାବରୁ ସ୍ତ୍ରୀର ଶବକୁ ଟ୍ରଲିରେ ବୋହିଲେ ସ୍ବାମୀ Reviewed by SUBHENDU BARAL on December 16, 2019 Rating: 5

No comments:

Powered by Blogger.