କଟକ ୧୯।୧୨: ବିଶାଖପାଟଣା ଦିନିକିଆରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ଏବେ ସମସ୍ତଙ୍କ ନଜର କଟକ ବାରବାଟୀ ମୁକାବିଲା ଉପରେ । ସିରିଜ୍ ୧-୧ରେ ବାରବର ଥିବା ବେଳେ ୨୨ରେ କଟକ ବାରବାଟୀରେ ହେବ ଇଣ୍ଡିଆ- ଇଣ୍ଡିଜ୍ ମହାମୁକାବିଲା ।

ମ୍ୟାଚ୍ ପାଇଁ ଆଜି କାଉଣ୍ଟରରେ ଟିକେଟ ମିଳିବ। ସକାଳ ୯ ଟାରେ ଖୋଲିବ ଟିକେଟ୍ କାଉଣ୍ଟର୍। ହେଲେ ବୁଧବାର ରାତିରୁ ହିଁ ଟିକେଟ କାଉଣ୍ଟର ଆଗରେ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି । କାଉଣ୍ଟରରେ ଟିକଟ୍ ବିକ୍ରି ପାଇଁ ଏଥର ୧୦ ହଜାର ଟିକଟ୍ ଛଡ଼ାଯାଇଛି। ମ୍ୟାଚ୍ ପାଇଁ ଅଧିକ ଚାହିଦା ରହୁଥିବାରୁ ଅନ୍ ଲାଇନ୍ ଓ ଅନୁବନ୍ଧିତ ଜିଲ୍ଲା, ସ୍କୁଲ୍ , କଲେଜ, କ୍ଲବ୍ ମାନେ ସେମାନଙ୍କ ଧାର୍ଯ୍ୟ ଟିକଟ କିଣିସାରିଛନ୍ତି।

ସାଧାରଣ ଲୋକମାନଙ୍କ ପାଇଁ ୧୯ ଓ ୨୦ ତାରିଖ ଦୁଇ ଦିନ ଧାର୍ଯ୍ୟ କରାଯାଇଛି। ତଥାପି କାଉଣ୍ଟର ସ˚ଖ୍ୟା ବୃଦ୍ଧି କରାଯାଇଥିବାରୁ ପ୍ରଥମ ଦିନରେ ହିଁ ଟିକଟ ଶେଷ ହୋଇଯିବ ବୋଲି କୁହାଯାଉଛି। କାଉଣ୍ଟରରେ ଜଣେ ଦର୍ଶକ ସର୍ବାଧିକ ଦୁଇଟି ଟିକଟ୍ କିଣିପାରିବ।

ଟିକଟ କିଣିବା ବେଳେ ନିଜର ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ଏଥିସହିତ କାଉଣ୍ଟର ପାଖରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଛି। ପୁଲିସ ସହ ଘରୋଇ ସୁରକ୍ଷା କର୍ମୀ କାଉଣ୍ଟର ପାଖରେ ନିୟୋଜିତ ରହିବେ। ସମସ୍ତ ଟିକଟ କାରବାର ସିସି କ୍ୟାମେରାରେ ରେକର୍ଡ ହେବ। ଟିକେଟ ବିକ୍ରି ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ମୁତୟନ ହେବେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ।
from Prameya News7 https://ift.tt/2s0mFUY
No comments: