ହାତୀଙ୍କ ପାଇଁ ଚିନ୍ତାରେ ଚାଷୀ

ଆଠଗଡ ୨୩।୧୨: ବଣୁଆ ହାତୀଙ୍କ ସହ ଚାଲିଛି ମସ୍ତି । ସ୍ଥାନୀୟ ଯୁବକ ମାନେ ହାତୀଙ୍କ ସହିତ ସେଲ୍ ଫି ଉଠାଉଛନ୍ତି । ଅନ୍ୟପଟେ ହାତୀ ଫସଲ ନଷ୍ଟ କରୁଥିବାରୁ ଚିନ୍ତାରେ ଚାଷୀ । ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜର ସାରକୋଳି ଅଞ୍ଚଳରେ ପ୍ରତିଦିନ ଏଭଳି ଘଟଣା ଘଟୁଥିଲେ ମଧ୍ୟ ବେଫିକର ବନବିଭାଗ । ହାତୀ ମାତିଥିବା ଖବର ପାଇବା ପରେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ବେଶ କିଛି ଦିନର ବ୍ୟବଧାନ ପରେ ଆଠଗଡ଼ ବନଖଣ୍ଡକୁ ହାତୀପଲ ଫେରିଥିବାରୁ ଫସଲ ସୁରକ୍ଷାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ପ୍ରତିଦିନ ଅପରାହ୍ନରେ ହାତୀ ମାନେ ୫୫ ନମ୍ବର ଜାତୀୟ ରାଜପଥକୁ ବଉଳ ଛକଠାରେ ଅବରୋଧ କରୁଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହେଉଛି । ଶହଶହ ଗାଡି ମଟର ରାସ୍ତାର ଦୁଇ ପାର୍ଶ୍ଵରେ ଅଟକି ଯାଉଛି । ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି ।



from Prameya News7 https://ift.tt/2sScD8s
ହାତୀଙ୍କ ପାଇଁ ଚିନ୍ତାରେ ଚାଷୀ ହାତୀଙ୍କ ପାଇଁ ଚିନ୍ତାରେ ଚାଷୀ Reviewed by SUBHENDU BARAL on December 22, 2019 Rating: 5

No comments:

Powered by Blogger.