ଟାଙ୍ଗୀ ୧୫।୧୨: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଜଣେ କଲେଜ ଛାତ୍ରୀଙ୍କ ଗଳାକାଟି ହତ୍ୟା । ମୃତକ ବାଲୁଗାଁ କଲେଜର ଯୁକ୍ତ ୨ ଦ୍ବିତୀୟ ବର୍ଷର ଛାତ୍ରୀ ଶିବାନୀ ବେହେରା । ଏକ ତରଫା ପ୍ରେମକୁ ନେଇ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ପ୍ରେମରେ ବିଫଳ ହେବାରୁ ହତାଶ ପ୍ରେମିକ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ଘଟଣାଟି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଗଙ୍ଗନଗର ଅଞ୍ଚଳରେ ଘଟିଛି ।

ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ସଂପୃକ୍ତ ଯୁବକ ଜଣକ ଶିବାନୀଙ୍କ ଘରେ ପଶିଥିଲେ । ସେ ଜୋରଜବରଦସ୍ତ ଶିବାନୀଙ୍କୁ ରାଜି କରାଇବାକୁ ଚେଷ୍ଟା କରିଥିଲା । ମାତ୍ର ଏଥିରେ ଅସଫଳ ହେବାରୁ ସେ ଉତ୍ୟକ୍ତ ହୋଇଉଠିଥିଲେ । ଆଉ ଶେଷରେ ପ୍ରେମିକା ଶିବାନୀଙ୍କ ଗଳାକାଟି ଦେଇଥିଲେ ବୋଲି ମୃତା ଶିବାନୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ବହୁ ଦିନ ଧରି ଯୁବକ ଜଣଙ୍କ ଏଭଳି ପ୍ରେମ ନିବେଦନ କରି ଶିବାନୀଙ୍କୁ ରାସ୍ତା-ଘାଟରେ ହଇରାଣ ହରକତ କରୁଥିଲା । ଗଳାକାଟି ଦେବାପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିବାନୀଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ନିଆଯାଇଥିଲା । ମାତ୍ର ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା । ଡାକ୍ତର ସେଠାରେ ଶିବାନୀଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ପୋଲିସ ହତାଶ ପ୍ରେମିକ ତଥା ହତ୍ୟାକରୀ କୁହାଯାଉଥିବା ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି । ଏହାସହ ମୃତା ଶିବାନୀଙ୍କ ଭାଉଜଙ୍କୁ ମଧ୍ୟ ପୋଲିସ ତଦନ୍ତ ପରିସରକୁ ନେଇ ପଚରାଉଚରା କରୁଥିବା ଜଣାପଡିଛି ।
from Prameya News7 https://ift.tt/2Pl2Hgo
No comments: