କଣ୍ଟାବାଞ୍ଜି ୧୫।୧୨: ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଣ୍ଟାବାଞ୍ଜି ଥାନା ବେହେରେନସିଲେଟ ଗାଁରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

ଶନିବାର ବିଳମ୍ବିତ ରାତିରେ ବଡ ଭାଇ ଶରତ ମାଝି ସାନ ଭାଇକୁ ଡାକିଥିଲେ । କୌଣସି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ କଥା କଟାକଟି ହୋଇଥିଲେ । ସେହି ସମୟରେ ବଡ ଭାଇ ଶରତ ସାନ ଭାଇ ଦେବରାମକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ବାରମ୍ବାର ଆକ୍ରମଣ କରିବା ଫଳରେ ସାନ ଭାଇର ମୃତ୍ୟୁ ହୋଇଛି ।

ହତ୍ୟାକାଣ୍ଡ ପରେ ଶରତ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ଦେବରାମଙ୍କ ମୃତ୍ୟୁ ହୋଇଥିବା ବେଳେ ତଥାପି ପରିବାରଲୋକେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କଣ୍ଟାବାଞ୍ଜି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
from Prameya News7 https://ift.tt/35qJMq4
ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ
Reviewed by SUBHENDU BARAL
on
December 14, 2019
Rating:
No comments: