ବଲିଉଡ୍ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ଘରେ ବୋମା! ଘର ଉଡ଼ାଇ ଦେବାକୁ ମିଳିଥିଲା ଧମକ …

ମୁମ୍ବାଇ୧୫|୧୨: ବଲିଉଡ୍ ସୁପରଷ୍ଟାର ଦବଙ୍ଗ ଖାନ ସଲମାନଙ୍କ ଘରେ ବୋମା ଥିବା ନେଇ ଜଣେ ୧୬ ବର୍ଷର ନାବାଳକ ଧମକ ଦେଇଛନ୍ତି। କେବଳ ସେତିକି ନୁହେଁ, ଦୁଇ ଘଣ୍ଟା ମଧ୍ୟରେ ବୋମାକୁ ଖୋଜି ବାହାର ନ କରାଗଲେ ତାହା ଫାଟି ଯାଇପାରେ ବୋଲି ମଧ୍ୟ ସେ ଲେଖି ମେଲ କରିଛନ୍ତି।

ମୁମ୍ବାଇର ବାନ୍ଦ୍ରା ପୋଲିସକୁ ଗତ ୪ ତାରିଖରେ ଏହି ମେଲ ଆସିଛି। ସୂଚନାଯୋଗ୍ୟ ଯେ, ମେଲଟି ଗାଜିଆବାଦରୁ ପଠାଯାଇଛି। ମେଲ୍‌ ପାଇବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ସଲମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ବୋମା ଥିବା  ଖବର ନେଇ ପୋଲିସର ପୂରା ଟିମ୍‌ ୪ ଘଣ୍ଟା ଧରି ଅଭିନେତାଙ୍କ ଘର ଯାଞ୍ଚ କରିଛି।

ହେଲେ ଡିସ୍ପୋଜାଲ ସ୍କ୍ବାଡ଼ ବୋମାର କୌଣସି ସନ୍ଧାନ ପାଇନଥିଲେ। ସେହି ସମୟରେ ସଲମାନ ଘରେ ନଥିଲେ। ସଲମାନଙ୍କ ପରିବାର ଲୋକଙ୍କ ସହଯୋଗରେ ପୋଲିସ ପୂରା ଘର ଦେଖିଥିଲେ। ଦୀର୍ଘ ୪ଘଣ୍ଟା ଧରି ସଲମାନଙ୍କ ଆପାର୍ଟମେଣ୍ଟ ସହ ପୂରା ବିଲଡିଂର ଯାଞ୍ଚ କରାଯିବା ପରେ ମଧ୍ୟ କୌଣସି ବୋମା ନଥିବା ସ୍ପଷ୍ଟ ହୋଇଥିଲା।

ତେବେ ଖବରଟି ମିଛ ବୋଲି ପୋଲିସ ମେଲ୍‌ କରିଥିବା ନାବାଳକକୁ ଗିରଫ କରିବାକୁ ଯାଇଥିଲା। ସେଥି ମଧ୍ୟରେ ଅଭିଯୁକ୍ତ ଫେରାର ହୋଇ ଯାଇଥିଲା। ଏନେଇ ପୋଲିସ ନାବାଳକକୁ ଆତ୍ମସମର୍ପଣ କରିବା ପାଇଁ ନୋଟିସ ଦେଇଥିଲା।  



from Prameya News7 https://ift.tt/35nkN7f
ବଲିଉଡ୍ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ଘରେ ବୋମା! ଘର ଉଡ଼ାଇ ଦେବାକୁ ମିଳିଥିଲା ଧମକ … ବଲିଉଡ୍ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ଘରେ ବୋମା! ଘର ଉଡ଼ାଇ ଦେବାକୁ ମିଳିଥିଲା ଧମକ … Reviewed by SUBHENDU BARAL on December 14, 2019 Rating: 5

No comments:

Powered by Blogger.