ବରିଷ୍ଠ ଅଭିନେତା ଶ୍ରୀରାମ ଲାଗୁଙ୍କ ପରଲୋକ, ବଲିଉଡ଼ରେ ଶୋକର ଛାୟା

ମୁମ୍ବାଇ ୧୮।୧୨: ବଲିଉଡର କିମ୍ବଦନ୍ତୀ କଳାକାର ଶ୍ରୀରାମ ଲାଗୁଙ୍କ ଦେହାନ୍ତ । ୯୨ବର୍ଷ ବୟସରେ ଶ୍ରୀରାମଙ୍କ ପରଲୋକ ହୋଇଛି । ପୁନେ ସ୍ଥିତ ବାସଭବନରେ ପରଲୋକ ହୋଇଛି ।

ଶ୍ରୀରାମ ତାଙ୍କ ଜୀବନକାଳରେ ୧୦୦ରୁ ଅଧିକ ହିନ୍ଦୀ ଓ ୪୦ରୁ ଅଧିକ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ଏତଦ୍ ବ୍ୟତୀତ ସେ ୪୦ରୁ ଅଧିକ ଗୁଜରାତୀ ଓ ମରାଠୀ ନାଟକର ନିର୍ଦେଶନା ଦେଇଛନ୍ତି । ସେ ଫିଲ୍ମଫେୟାର ପୁରସ୍କାର ସହ ଏକାଧିକ ଜାତୀୟ ପୁରସ୍କାର ବିଜୟୀ ହୋଇଛନ୍ତି । କଳାକାର ବ୍ୟତୀତ ତାଙ୍କର ଅନ୍ୟ ଏକ ପରିଚୟ ଥିଲା ।

ସେ ଜଣେ ସଫଳ କର୍ଣ୍ଣ-ନାସା-ଗଳା ଚିକିତ୍ସକ ଥିଲେ । ଜଣେ ସାମାଜିକ କର୍ମୀ ଭାବେ ମଧ୍ୟ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି । ତାଙ୍କ ଆତ୍ମଜୀବନୀ ପୁସ୍ତକ ‘ଲାମାନ୍’ ବେଶ୍ ପାଠକୀୟ ଆଦୃତି ଲାଭ କରିଛି । ଶ୍ରୀରାମ ପତ୍ନୀ ଦୀପା ଓ ପୁଅ ତନବୀର ଲାଗୁଙ୍କୁ ଛାଡ଼ି ଯାଇଛନ୍ତି । ଘରୌଣ୍ଡା, ‘ଥୋଡ଼ିସି ବେୱାଫାଇ, ମକ୍ ସଦ୍, ଦେଶ ପରଦେଶ, ଲାୱାରିସ୍, ମୁକଦ୍ଦର କା ସିକନ୍ଦର, ଇନ୍ କାର, କିନାରା, ଜ୍ୟୋତି ବନେ ଜ୍ବାଲା, ‘ହେରାଫେରୀ’ ଆଦି ତାଙ୍କ ଅଭିନୀତ ଶ୍ରେଷ୍ଠ ଚଳଚ୍ଚିତ୍ର ।

ଶ୍ରୀରାମ ଲାଗୁଙ୍କ ଦେହାନ୍ତ ପରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଝାବେଡକର ଟ୍ବିଟ କରି ଦୁଖଃ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଝାବେଡକର ତାଙ୍କ ଟ୍ବିଟରେ ଲେଖିଛନ୍ତି‘ ମହାନ କଳାକାର ଶ୍ରୀ ରାମ ଲାଗୁଙ୍କୁ ମୋର ଶ୍ରଦ୍ଧାଞ୍ଜଳୀ । ଦେଶ ଏକ ବହୁମୂଖୀ ପ୍ରତିଭାଙ୍କୁ ହରେଇଲା ।



from Prameya News7 https://ift.tt/2PSxFf0
ବରିଷ୍ଠ ଅଭିନେତା ଶ୍ରୀରାମ ଲାଗୁଙ୍କ ପରଲୋକ, ବଲିଉଡ଼ରେ ଶୋକର ଛାୟା ବରିଷ୍ଠ ଅଭିନେତା ଶ୍ରୀରାମ ଲାଗୁଙ୍କ ପରଲୋକ, ବଲିଉଡ଼ରେ ଶୋକର ଛାୟା Reviewed by SUBHENDU BARAL on December 17, 2019 Rating: 5

No comments:

Powered by Blogger.