ଭାରତ-ୱେଷ୍ଟଇଣ୍ଡିଜ ୨ୟ ଦିନିକିଆ : କର ବା ମର ସ୍ଥିତିରେ ଭାରତ, ସିରିଜ୍ ହାତେଇବା ଲକ୍ଷରେ ଇଣ୍ଡିଜ୍ ଦଳ

ବିଶାଖାପାଟଣା ୧୮।୧୨: ବୁଧବାର ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍ । ବିଶାଖାପାଟଣାର ଏସିଏ-ଭିଡିସିଏ କ୍ରିକେଟ ଷ୍ଟାଡିୟମରେ ତିନିଟିକିଆ ଦିନିକିଆ ମ୍ୟାଚ ବିଶିଷ୍ଟ ସିରିଜର ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯିବ । ଦ୍ବିତୀୟ ମ୍ୟାଚ ଜିତି ସିରିଜ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ୱେଷ୍ଟଇଣ୍ଡିଜ ।

ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ପରାଜୟ ପରେ ଭାରତୀୟ ଦଳ ପାଇଁ ଏହି ମ୍ୟାଚ କର ବା ମର ସ୍ଥିତିରେ ରହିଛି। ତେଣୁ ଏହି ମ୍ୟାଚକୁ କେହାଲି ବାହିନୀ ହାତେଇବାକୁ ପ୍ରୟାସ କରିବ । ଅନ୍ୟପକ୍ଷରେ ପ୍ରଥମ ମ୍ୟାଚକୁ ଜିତି ୧-୦ରେ ଆଗରେ ଥିବା ୱେଷ୍ଟଇଣ୍ଡିଜ ଏହି ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିବ ।

ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେବା ସହିତ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତ ସମ୍ପୁର୍ଣ୍ଣ ୫୦ ଓଭର ଖେଳି ଦଳର ଦୁଇ ଯୁବ ବ୍ୟାଟ୍ସମ୍ୟାନ ଋଷଭ ପନ୍ତ(୭୧) ଓ ଶ୍ରେୟସ ଆୟର(୭୦) ରନ୍ ବଳରେ ୮ ୱିକେଟ ହରାଇ ୨୮୭ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲା । ଭାରତର ୨୮୮ ରନ୍ ଟାର୍ଗେଟକୁ ପିଛା କରି ୱେଷ୍ଟଇଣ୍ଡିଜ ୪୭.୫ ବଲରେ ହାସଲ କରିନେଇଥିଲା । ସିରିଜକୁ ବରାବର ସ୍ଥିତିକୁ ଆଣିବାକୁ ହେଲେ ଭାରତକୁ ଆଜିର ମ୍ୟାଚ୍ ଜିତିବାକୁ ପଡିବ ।



from Prameya News7 https://ift.tt/2Eu2ukW
ଭାରତ-ୱେଷ୍ଟଇଣ୍ଡିଜ ୨ୟ ଦିନିକିଆ : କର ବା ମର ସ୍ଥିତିରେ ଭାରତ, ସିରିଜ୍ ହାତେଇବା ଲକ୍ଷରେ ଇଣ୍ଡିଜ୍ ଦଳ ଭାରତ-ୱେଷ୍ଟଇଣ୍ଡିଜ ୨ୟ ଦିନିକିଆ : କର ବା ମର ସ୍ଥିତିରେ ଭାରତ, ସିରିଜ୍ ହାତେଇବା ଲକ୍ଷରେ ଇଣ୍ଡିଜ୍ ଦଳ Reviewed by SUBHENDU BARAL on December 17, 2019 Rating: 5

No comments:

Powered by Blogger.