ହାତୀ ଘଉଡାଇବା ବେଳେ କୂଅରେ ପଡି ଗଲା ଯୁବକଙ୍କ ଜୀବନ

କରଞ୍ଜିଆ ୧୯।୧: ହାତୀ ଘଉଡାଇବା ବେଳେ କୂଅରେ ପଡି ଯୁବକଙ୍କ ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ବାଟ ଗୌଡ଼ଗାଁରେ ଏହି ଘଟଣା ଘଟିଛି । ଗତ ରାତିରେ ୨୨ ଟିକିଆ ଝାଡଖଣ୍ଡି ହାତୀପଲଙ୍କୁ ଘଉଡାଇବା ସମୟରେ ରାସ୍ତା କଡରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡିଯାଇଥିଲେ ଯୁବକ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ହେଉଛନ୍ତି ବାଟ ଗୌଡ଼ଗାଁର ଦୁଆରୀ ନାଏକ ।

ସୂଚନାଯୋଗ୍ୟ ଯେ, କିଛି ଦିନ ହେଲା ହାତୀ ପଲ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି । ଘର ଦ୍ବାରା ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି । ଘରେ ପଶି ଧାନ ଚାଉଳ ଖାଇଯାଉଛନ୍ତି । ଲୋକଙ୍କୁ ଆକ୍ରମଣ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ଫଳର ହାତୀ ଘଉଡାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।



from Prameya News7 https://ift.tt/2sKPk04
ହାତୀ ଘଉଡାଇବା ବେଳେ କୂଅରେ ପଡି ଗଲା ଯୁବକଙ୍କ ଜୀବନ ହାତୀ ଘଉଡାଇବା ବେଳେ କୂଅରେ ପଡି ଗଲା ଯୁବକଙ୍କ ଜୀବନ Reviewed by SUBHENDU BARAL on December 18, 2019 Rating: 5

No comments:

Powered by Blogger.