ସ୍ମଶାନ ଜମି ଜବରଦଖଲ ଉଚ୍ଛେଦ ଦାବୀରେ ରାସ୍ତାରୋକ

ଆଠଗଡ ୧୬।୧୨: ସ୍ମଶାନ ଜମି ଜବରଦଖଲ ଉଚ୍ଛେଦ ଦାବୀରେ ରାସ୍ତାରୋକ । କଟକ-ନରସିଂହପୁର ଦେଇ ଯାଇଥିବା ୬୫ ନମ୍ବର ରାଜ୍ୟ ରାଜପଥ ନିକଟରେ  ଅବରୋଧ କରାଯିବା ସହ ଗଣଧାରଣା । କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଚମ୍ପେଶ୍ୱର ଗ୍ରାମବାସୀଙ୍କ ଦ୍ବାରା ଚମ୍ପେଶ୍ବର ଛକ ନିକଟରେ ରାସ୍ତା ଅବରୋଧ ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଚମ୍ପେଶ୍ୱର ଗାଁରେ ଥିବା ନିଜସ୍ୱ ସ୍ମଶାନ ଜମିକୁ ଜବରଦଖଲ କରାଯାଇଛି । ତେବେ ଶବ ପୋଡିବା ପାଇଁ ଅସୁବିଧା ହେତୁ ବାରମ୍ବାର ପ୍ରଶାସନ ନିକଟ ରେ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନଥିଲା , ଶେଷରେ ସୋମବାର ସକାଳେ କଟକ ନରସିଂହପୁର ୬୫ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ ।

ଘଟଣାସ୍ଥଳରେ କାନପୁର ଥାନା ଅଧିକାରୀ ସସ୍ମିତା ରଣା ଓ ନରସିଂହପୁର ଗୋଷ୍ଠି ଉର୍ଣ୍ଣୟନ ଅଧିକାରୀ ପ୍ରଶାନ୍ତ ତରାଇ ଘଟଣା ସ୍ଥଳରେ ଏବେ ପହଁଚି ସ୍ଥାନୀୟଲୋକଙ୍କୁ ବୁଝାସୁଝା ଜାରି କରୁଛନ୍ତି।



from Prameya News7 https://ift.tt/2YVlMcu
ସ୍ମଶାନ ଜମି ଜବରଦଖଲ ଉଚ୍ଛେଦ ଦାବୀରେ ରାସ୍ତାରୋକ ସ୍ମଶାନ ଜମି ଜବରଦଖଲ ଉଚ୍ଛେଦ ଦାବୀରେ ରାସ୍ତାରୋକ Reviewed by SUBHENDU BARAL on December 15, 2019 Rating: 5

No comments:

Powered by Blogger.