ସୁନ୍ଦରଗଡ଼: ଦୁନିଆରେ ଏମିତି ବହୁତ ଜିନିଷ ଅଛି ଯାହା ଏବେବି ରହସ୍ୟମୟ ହୋଇ ରହିଛି। ତେବେ ଓଡ଼ିଶାରେ ଏମିତି ଏକ ରହସ୍ୟମୟ ଗୁମ୍ଫା ଅଛି ଯାହା ବିଷୟରେ ହୁଏତ ଆପଣ ଜାଣିନଥିବେ। ଏହି ଗୁମ୍ପାଟି ପ୍ରକୃତିର ଆଶ୍ଚର୍ଯ୍ୟ କହିଲେ କିଛି କମ୍ ହେବ ନାହିଁ। ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏହି ଗୁମ୍ଫା ରାସ୍ତାର ତଳକୁ ଏକ ଗଭୀର କୂପ ଭଲି ଖାଲରେ ରହିଛି। ଏହି ଗୁମ୍ଫାର ପ୍ରବେଶ ଦ୍ୱାର ସଂକୀର୍ଣ୍ଣ ହୋଇଥିଲେ ମଧ୍ୟ ଭିତରକୁ ପଶିଲା ପରେ ବିରାଟ ମନ୍ଦିରର ଗର୍ଭଗୃହ ଭଳି ବଖରା ସୃଷ୍ଟି ହୋଇଛି।
ସବୁଠାରୁ ବଡ଼ କଥା, ଗୁମ୍ଫା ଭିତରେ କୋଠରୀ ମଧ୍ୟ ରହିଛି। ଏଠାରେ ଥିବା ୪ଟି କୋଠରୀ ପର୍ଯ୍ୟନ୍ତ ଲୋକମାନେ ଯାଇପାରୁ ଥିବାବେଳେ ଆହୁରି ଭିତରୁ ପଶିବାକୁ କେହି ଚେଷ୍ଟା କରି ନାହାନ୍ତି। ଏପରିକି ଅନେକ ଥର ଲୋକମାନେ ପ୍ରବେଶ କରି ମଧ୍ୟ ଏହା ଭିତରେ ବାଟବଣା ହୋଇଯାଛନ୍ତି।
ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକ୍ ଅନ୍ତର୍ଗତ ଘୋଘରପାଲି ଗାଁରେ ରହିଛି ଏହି ରହସ୍ୟମୟ ଗୁମ୍ଫା। ଗାଁରୁ ତିଉରିଆ ଯିବାକୁ ଥିବା ଜଙ୍ଗଲିଆ ରାସ୍ତାର ବାଟରେ ପଡ଼ିବ ଏହି ଗୁମ୍ଫା।ଏହାକୁ ଦେଖିବାକୁ ଲୋକେ ଭିତରକୁ ପ୍ରବେଶ କରିଛନ୍ତି ତେବେ ଏହାର ସଠିକ୍ ମାପ କରିପାରି ନାହାନ୍ତି। ଏବେବି ରହସ୍ୟମୟ ହୋଇ ରହିଛି ଏହି ଗୁମ୍ଫା।
ଗୁମ୍ଫାର ଭିତର ପାର୍ଶ୍ୱ ଲୋକଙ୍କ ମନ ମୋହୁଛି। ଗୋଟିଏ ଗୋଟିଏ କରି ୪ଟି ବଖରା ରହିଛି। ଚତୁର୍ଥ ବଖରାରେ ଉପର ଛାତରୁ ଝରଣା ସଦୃଶ ପାଣି ଝରୁଛି। ଏଠାରେ ଏକ ତ୍ରିଶୁଳ ଏବଂ ଶିବଲିଙ୍ଗ ମଧ୍ୟ ରହିଛି। ୪ଟି କୋଠରୀ ପର୍ଯ୍ୟନ୍ତ ଲୋକମାନେ ଯାଇପାରୁ ଥିବାବେଳେ ଆହୁରି ଭିତରୁ ପଶିବାକୁ କେହି ଚେଷ୍ଟା କରି ନାହାନ୍ତି। ଏପରିକି ଅନେକ ଥର ଲୋକମାନେ ପ୍ରବେଶ କରି ଏହା ଭିତରେ ବାଟବଣା ମଧ୍ୟ ହୋଇଛନ୍ତି।
ଖାଲି ଏତିକି ନୁହେଁ ଗୁମ୍ଫାଟି ଏକ ରାଜପ୍ରାସାଦର ଭ୍ରମ ମଧ୍ୟ ସୃଷ୍ଟି କରୁଛି ଏହି ଗୁମ୍ଫା। ଏହାର ଉପର ପାର୍ଶ୍ୱର କାରୁକାର୍ଯ୍ୟ ସଦୃଶ ପଥରରେ ସୃଷ୍ଟି ହୋଇଛି। ସେହିପରି ସୁନ୍ଦର ଛାତ ପର୍ଯ୍ୟଟକଙ୍କୁ ଆଚମ୍ବିତ କଲାଭଳି ହୋଇଛି। ତେବେ ଏବେବି ଅନେକଙ୍କ ଏହା ଦୃଷ୍ଟିଗୋଚର ହୋଇପାରିନାହିଁ। ଏହି ଋଷି ଗୁମ୍ଫାର ଐତିହାସିକ ପୃଷ୍ଠଭୂମି ନେଇ ମଧ୍ୟ କୌଣସି ସଠିକ୍ ସୂଚନା ନାହିଁ।
ତେବେ ଏହି ଋଷି ଗୁମ୍ଫାର ଭିତ୍ତିଭୂମି ପ୍ରସ୍ତୁତ ହୋଇପାରିଲେ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବରେ ଏହାକୁ ପରିଚୟ ମିଳିପାରିବ। ଏହି ରହସ୍ୟମୟ ଗୁମ୍ଫା ସମ୍ପର୍କରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସ୍ଥାନୀୟ ଯୁବକମାନେ ମଧ୍ୟ ପ୍ରୟାସ ଆରମ୍ଭ କରିଛନ୍ତି।
from OTV Khabar. https://ift.tt/2tqqiDU
Reviewed by SUBHENDU BARAL
on
December 18, 2019
Rating:
No comments: