ଡିସେମ୍ବର ୧୬ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ– ନୂତନ ଆୟର ପନ୍ଥା ଖୋଲିବ। ଯେକୌସି ସୂତ୍ରରୁ ଧନାଗମ ହୋଇପାରେ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ତ୍ୟାଗଶୀଳ ଓ ନୀତିଜ୍ଞ ହୋଇପାରନ୍ତି। ଅତି ସୁଖୀ ଓ ଚଞ୍ଚଳମନା ହେବେ। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୭।

ବୃଷ – ସୁଖ-ସମ୍ମାନ ପାଇ ପାରନ୍ତି। ଭଲ ଆୟ ହେବ। ଧନାଗମର ସୂଚନା ମିଳୁଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିପାରନ୍ତି। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୧।

ମିଥୁନ – ଧର୍ମ କାର୍ଯ୍ୟରେ ଆଗ୍ରହୀ ହୋଇ ବହୁ ବ୍ୟୟ କରିବେ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ବିବାଦୀୟ ଘଟଣାରେ ଜଡିତ ହୋଇପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ସବୁଠୁଁ ଭଲ।ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୮।

କର୍କଟ – ଦକ୍ଷତାର ଉପଯୋଗ କରିବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍ କର୍ମରେ ନିଜକୁ ନିିୟୋଜିତ କରିବେ। ସରକାରୀ କୃପା ଲାଭ କରିବେ। ଶୁଭ ରଙ୍ଗ ଧୂସର। ଶୁଭ ଅଙ୍କ ୫।

ସିଂହ – ବ୍ୟବସାୟ ଲାଭଜନକ ହେବ। ଶୁଭ ସମାଚାର ମିଳିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୨।

କନ୍ୟା – ଅଟକି ଥିବା କାର୍ଯ୍ୟରେ ଆଗେଇବେ। ଦୂର ଯାତ୍ରା କରିପାରନ୍ତି। କାର୍ଯ୍ୟରେ ସଫଳତା ପାଇବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ ବ୍ୟବହାର କରିବେ। ଦିନଟି ମଧ୍ୟମ ଧରଣର ରହିବ। ଶୁଭ ରଙ୍ଗ ମେରୁନ୍। ଶୁଭ ଅଙ୍କ ୬।

ତୁଳା –ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସ୍ୱାଭିମାନୀ ହୋଇପାରନ୍ତି। ଆଜି ଦିନରେ ଶୁଭକାର୍ଯ୍ୟ ସ୍ଥଗିତ ରଖିବା ଉଚିତ୍। ପତ୍ନୀଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। ଶୁଭ ରଙ୍ଗକ୍ରୀମ୍। ଶୁଭ ଅଙ୍କ ୯।

ବିଛା – ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦାନ କରିପାରନ୍ତି। ବନ୍ଧୁ ସାହାର୍ଯ୍ୟ ପାଇ ବିଶେଷ ଉପକୃତ ହେବେ। ସୁଖ କର ଘଟଣାମାନ ଘଟିପାରେ। କର୍ମରେ ସଫଳତା ମିଳିବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୧।

ଧନୁ – ବନ୍ଧୁଙ୍କ ସହ ଯୋଗ ମିଳିପାରେ। ଶତ୍ରୁ ଦମନ ପାଇଁ ଉପାୟ ଚିନ୍ତା କରିବେ। ଶତ୍ରୁ ପରାଜିତ ହେବ। ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇଁ ଆନନ୍ଦ ଅନୁଭବ କରିବେ। ଶୁଭ ରଙ୍ଗ ବ୍ରାଉନ୍। ଶୁଭ ଅଙ୍କ ୪।

ମକର – ହଜି ଥିବା ଦ୍ରବ୍ୟ ଖୋଜିଲେ ମିଳିବ। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ହଠାତ୍ କିଛି ଅର୍ଥ ମିଳିବ। ଶ୍ରମ ସାର୍ଥକ ହେବ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୯।

କୁମ୍ଭ – ବୃତ୍ତିଗତ ସମସ୍ୟା ଦୂର ହେବ। ଆପଣଙ୍କ ନିରବତା ଅନ୍ୟମାନଙ୍କ ଶଙ୍କାର କାରଣ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ପ୍ରଶସ୍ତ ରହିଛି। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୫।

ମୀନ – ବ୍ୟବସାୟ ଲାଭଜନକ ହେବ। ଅପ୍ରିୟ ଘଟଣା ଘଟିପାରେ। ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି। ଅଶାନ୍ତିର ଉପଶମ ହେବ। ଭଗବତ୍ ଚିନ୍ତାରେ ନିମଗ୍ନ ହେବେ। ଶୁଭ କାର୍ଯ୍ୟରେ ସଫଳତା ମିଳିବ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୬।



from Prameya News7 https://ift.tt/2PmfDCN
ଡିସେମ୍ବର ୧୬ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ ଡିସେମ୍ବର ୧୬ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ Reviewed by SUBHENDU BARAL on December 15, 2019 Rating: 5

No comments:

Powered by Blogger.