ଶ୍ରୀମନ୍ଦିରରେ ଆଜି ଠାରୁ ପହିଲି ଭୋଗ । ନୀତିକାନ୍ତି ପରେ ପ୍ରତିଦିନ ଶ୍ରୀଜୀଉଙ୍କୁ ଅର୍ପଣ ହେବ ପହିଲି ଭୋଗ Kanak News

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜୀଉଙ୍କ ପହଲି ଭୋଗ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି କରାଯାଇ ପ୍ରତିଦିନ ଶ୍ରୀଜୀଉଙ୍କୁ ଅର୍ପଣ କରାଯିବ ଏହି ବିଶେଷ ପହିଲି ଭୋଗ । ରତ୍ନସିଂହାସନରେ ଅବକାଶ ପରେ ବେଶ ସରିଲେ ପହିଲି ଭୋଗ ଅର୍ପଣ କରାଯିବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଂଟ କରାଯାଇଛି । ରାତି ୨ଟାରୁ ଶ୍ରୀମନ୍ଦିରର ଦ୍ୱାର ଫିଟାଯାଇ ନୀତି ସମ୍ପନ୍ନ କରାଯାଇଛି । ରାମକୃଷ୍ଣ ବେନିଭାଇଙ୍କୁ ମାଆ ଯଶୋଦା ଖୁଆଇଦେବାର ବିଧି ରହିଛି ।

ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକ ଗତକାଲି ମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପହିଲି ଭୋଗ ନୀତି ଚୂଡ଼ାନ୍ତ ହୋଇଥିଲା । ଆସନ୍ତା ୨୫ ତାରିଖରେ ସୂର୍ଯ୍ୟପରାଗ ଥିବାରୁ ଏହି ଦିନ ସଅଳ ନୀତି ସାରିବାକୁ ନିଷ୍ପତ୍ତି ହୋଇଥିଲା । ରାତି ୮ଟା ୨୦ ରୁ ପାକତ୍ୟାଗ ହେଉଥିବାରୁ ଏହା ମଧ୍ୟରେ ଚୂଡ଼ାନ୍ତ ନୀତି ସାରିବାକୁ ଆଲୋଚନା ହୋଇଥିଲା । କେବଳ ଛତିଶାନିଯୋଗ ଏଥିରେ ମୋହର ମାରିବା ବାକି ରହିଛି। ଅନ୍ୟ ପଟେ ଆସନ୍ତା ୨୦ ତାରି‌ଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବା ନେଇ ତାରିଖ ମଧ୍ୟ ଧାର୍ଯ୍ୟ ହୋଇଥିଲା ।

ଆଜି ପବିତ୍ର ଧନୁସଂକ୍ରାନ୍ତି। ଏହି ଦିନ ଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହେବ। ସଅଳ ନୀତି ସାଙ୍ଗକୁ ସଅଳ ଅବଢ଼ା ବି ବାହାରିବ। ନିର୍ଘଣ୍ଟ ନୀତି ଅନୁଯାୟୀ ଡିସେମ୍ବର ୧୬ରୁ ଜାନୁଆରି ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପହିଲି ଭୋଗ ପାଇଁ ପ୍ରତିଦିନ ରାତି ୩ଟାରୁ ଶ୍ରୀମନ୍ଦିରରେ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ। ସେହି ଭଳି ରାତି ୧୧ଟାରେ ପ୍ରତ୍ୟହ ପହୁଡ଼ ହେବ। କେବଳ ଡିସେମ୍ବର ୩୧ରେ ସଅଳ ପହୁଡ଼ ଓ ନୂଆ ବର୍ଷ ଦିନ ସଅଳ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ।



from Kanak News https://ift.tt/34no4Cd https://ift.tt/36B584n
ଶ୍ରୀମନ୍ଦିରରେ ଆଜି ଠାରୁ ପହିଲି ଭୋଗ । ନୀତିକାନ୍ତି ପରେ ପ୍ରତିଦିନ ଶ୍ରୀଜୀଉଙ୍କୁ ଅର୍ପଣ ହେବ ପହିଲି ଭୋଗ Kanak News ଶ୍ରୀମନ୍ଦିରରେ ଆଜି ଠାରୁ ପହିଲି ଭୋଗ । ନୀତିକାନ୍ତି ପରେ ପ୍ରତିଦିନ ଶ୍ରୀଜୀଉଙ୍କୁ ଅର୍ପଣ ହେବ ପହିଲି ଭୋଗ Kanak News Reviewed by SUBHENDU BARAL on December 15, 2019 Rating: 5

No comments:

Powered by Blogger.