ଝାଡଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ : କଡା ସୁରକ୍ଷା ମଧ୍ୟରେ୧୫ଟି ଆସନ ପାଇଁ ମତଦାନ ଜାରି

ରାଞ୍ଚି ୧୬।୧୨: ସୋମବାର ଝାଡଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ୧୫ଟି ବିଧାସଭା ଆସନ ପାଇଁ  ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି ।  କଡା ସୁରକ୍ଷାବଳୟ ମଧ୍ୟର ମତଦାନ ଜାରି ରହିଛି ।

ଏହି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଶାସକ ବିଜେପି ପାଇଁ ବଡ ଚ୍ୟାଲେଜ୍  ହୋଇଛି ।   ବୋକାରୋ , ଚନ୍ଦନକିଆରୀ, ଝାରିଆ , ବାଗମରା ଭଳି ପ୍ରମୁଖ ବିଧାନ ସଭା ମଣ୍ଡଳୀ ପାଇଁ ଆରମ୍ଭ ହୋଇଯାଇଛି ଭୋଟ୍ ଗ୍ରହଣ ।  ଭୋଟ ଗ୍ରହଣକୁ ନଜରେ ରଖି  ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି  । ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ଏଠାରେ ମୋଟ ୧୫ଟି ସିଟ୍ ରୁ ୧୦ଟିରେ ବିଜୟ ହାସଲ କରିଥିଲା ।  ତେଣୁ ଏହି ପର୍ଯ୍ୟାୟ ନିର୍ବାଚନ ଶାସକ ବିଜେପି ପାଇଁ ବେଶ ଗୁରୁତ୍ବପୂର୍ଣ ମନେକରାଯାଉଛି । ସପେଟ ବିରୋଧ କଂଗ୍ରେସ ଓ ଅନ୍ୟଦଳମାନେ ମଧ୍ୟ ନିଜ ନିଜର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜୋରସୋରରେ ପ୍ରଚାର କରିଥିଲେ । ଚତୁର୍ଥ ପର୍ଯ୍ୟାୟ ମତଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଗଣତନ୍ତ୍ରର ଏହି ପର୍ବରେ ସାମିଲ ହୋଇ ନିଜ ନିଜର ଭୋଟ ଦିଅନ୍ତୁ ବୋଲି ଲେଖିଛନ୍ତି ।  



from Prameya News7 https://ift.tt/2Q1vVQT
ଝାଡଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ : କଡା ସୁରକ୍ଷା ମଧ୍ୟରେ୧୫ଟି ଆସନ ପାଇଁ ମତଦାନ ଜାରି ଝାଡଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ : କଡା ସୁରକ୍ଷା ମଧ୍ୟରେ୧୫ଟି ଆସନ ପାଇଁ ମତଦାନ ଜାରି Reviewed by SUBHENDU BARAL on December 15, 2019 Rating: 5

No comments:

Powered by Blogger.