ଚନ୍ଦକା ଜଙ୍ଗଲରେ ମଦ ଓ ପ୍ଲାଷ୍ଟିକକୁ ନା । ପର୍ଯ୍ୟଟକଙ୍କ ଲାଗି ଜାରି ହେଲା ଗାଇଡଲାଇନ । ନିଆଁ ଜାଳିବା, ଜୋରରେ ଶବ୍ଦ କରିବାକୁ ବାରଣ । ବନ୍ୟଜନ୍ତୁଙ୍କଠାରୁ ୧୫ ମିଟର ଦୂରରେ ରହିବେ ପର୍ଯ୍ୟଟକ Kanak News

କନକ ବ୍ୟୁରୋ: ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଚିହ୍ନଟ ହୋଇଥିବା ସ୍ଥାନରେ ଭୋଜିଭାତ କରି ହେବ। ହେଲେ ମଦ୍ୟପାନ କରିପାରିବେ ନାହିଁ। ନିଶାଦ୍ରବ୍ୟ ସେବନ ଉପରେ ବି କଟକଣା ଜାରି ହୋଇଛି। ବନ୍ୟଜନ୍ତୁ ଚଳପ୍ରଚଳ କରୁଥିବା ସଂରକ୍ଷିତ ଅଞ୍ଚଳରେ ନିଆଁ ଜାଳିବା, ଜୋରରେ ଶବ୍ଦ(ମାଇକ୍, ବକ୍ସ ଆଦି ବଜାଇବା) କରିବାକୁ ବାରଣ କରାଯାଇଛି। ବନ୍ୟଜନ୍ତୁଙ୍କଠାରୁ ୧୫ ମିଟର ଦୂରରେ ରହି ପର୍ଯ୍ୟଟକମାନେ ଦେଖିପାରିବେ। ସେମାନେ ବିଶ୍ରାମ ନେଉଥିବା ସମୟରେ ବାଧା ସୃଷ୍ଟି ନ କରିବା, ଜଙ୍ଗଲରେ ଥିବା ବିଭିନ୍ନ ପ୍ରଜାତିର ବୃକ୍ଷ, ସରୀସୃପ, ଲତା ଜାତୀୟ ଫୁଲ, ଫଳ ଆଦି ନଷ୍ଟ କରିପାରିବେ ନାହିଁ। ବନ୍ୟଜନ୍ତୁଙ୍କୁ ଖାଦ୍ୟ ସାମଗ୍ରୀ ବି ଦେଇପାରିବେ ନାହିଁ। ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବାରୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ କର୍ତୃପକ୍ଷଙ୍କ ପକ୍ଷରୁ ଏଥର କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।

ରାଜଧାନୀ ଉପକଣ୍ଠରେ ଥିବା ଏହି ଜଙ୍ଗଲର ସୁରକ୍ଷା ଓ ପ୍ରାକୃତିକ ପରିବେଶକୁ ପର୍ଯ୍ୟଟକଙ୍କ ଅନୁକୂଳ କରିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି। ସ୍ପଷ୍ଟ କରାଯାଇଛି ଯେ ଚଳିତ ବର୍ଷଠାରୁ ଅଭୟାରଣ୍ୟ ଭିତରେ ପ୍ଲାଷ୍ଟିକ୍କୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ଜଙ୍ଗଲର କୌଣସି ବି ସ୍ଥାନରେ ଭୋଜିଭାତ କରୁଥିବା ସମୟରେ ଯଦି କୌଣସି ଦଳ କିମ୍ବା ବ୍ୟକ୍ତି ପ୍ଲାଷ୍ଟିକ୍ ବୋତଲ, ପଲିଥିନ୍ ଆଦି ସାମଗ୍ରୀ ବ୍ୟବହାର କରୁଥିବା ନଜରକୁ ଆସିବ, ତାଙ୍କଠାରୁ ଆଇନ ଅନୁଯାୟୀ ଜରିମାନା ଆଦାୟ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଜଙ୍ଗଲର ସଂରକ୍ଷିତ ଅଞ୍ଚଳରେ ଧୂମପାନ ନିଷେଧ ହୋଇଛି। କାରଣ ଏଣେତେଣେ ନିଆଁ ପଡ଼ିବା ଦ୍ବାରା ଜଙ୍ଗଲରେ ନିଆଁ ବ୍ୟାପିବାର ଆଶାଙ୍କା ରହିଛି। ଏପରିକି ପୂର୍ବରୁ ନିଆଁ ଦ୍ବାରା ଏହି ଜଙ୍ଗଲରେ ଅନେକ କିଛି କ୍ଷତି ହୋଇଥିବା ନଜରି ବି ରହିଛି। ପର୍ଯ୍ୟଟକମାନେ ବନ୍ଧୁକ, ଫାୟାର୍-ଗନ୍ ଭଳି ସାମଗ୍ରୀକୁ ସାଙ୍ଗରେ ନେବା ଉପରେ କଟକଣା ଜାରି ହୋଇଛି। ୧୯୭୨ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁଯାୟୀ, ଯଦି କେହି ଏହାର ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର୍ ପଦକ୍ଷେପ ନିଆଯିବ। ଜେଲ୍ ଦଣ୍ଡ ବି ହୋଇପାରେ ।

ଏହାବ୍ୟତୀତ ଚନ୍ଦକା-ଡମପଡ଼ା, ଭରତପୁର ଜଙ୍ଗଲ ଭିତରେ ବୁଲିବାକୁ ଯିବା ସମୟରେ ପୋଷା ଜୀବଜନ୍ତୁ ଯଥା କୁକୁର, ବିରାଡ଼ି, ନେଉଳ ଆଦିଙ୍କୁ ସାଙ୍ଗରେ ନ ନେବାକୁ ପରାମର୍ଶ ଦିଆଯାଇଛି। ପର୍ଯ୍ୟଟନସ୍ଥଳୀ ତଥା ଜଙ୍ଗଲ ଭିତରକୁ ପ୍ରବେଶ ପୂର୍ବରୁ ଅନୁମତିପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ବନ୍ୟଜନ୍ତୁ ଚଳପ୍ରଚଳ କରୁଥିବା ଅଞ୍ଚଳ ତଥା ନିଷିଦ୍ଧାଞ୍ଚଳକୁ ଯିବାକୁ ବାରଣ କରାଯାଇଛି। ଏଥିସହ ବନ୍ୟପ୍ରାଣୀଙ୍କୁ ଦୂରରୁ ଦେଖିବା, ସେମାନଙ୍କୁ ନ ଚିଡ଼ାଇବାକୁ ବି କୁହାଯାଇଛି। ଗାଡ଼ିରେ ବୁଲିବା ସମୟରେ ବାଟରେ ବନ୍ୟଜନ୍ତୁ ଆସି ପାରନ୍ତି। ତେଣୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବା ସହ ଗାଡ଼ିର ବେଗ ଧୀର ରଖିବା, ହର୍ଣ୍ଣ ନ ବଜାଇବା, ବନ୍ୟଜନ୍ତୁଙ୍କୁ ନ ଡରାଇବାକୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ପର୍ଯ୍ୟଟକ, ବ୍ୟକ୍ତିବିଶେଷ ଏହି ନିୟମ ପାଳନ ନ କରନ୍ତି, ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।



from Kanak News https://ift.tt/2PmlJ69 https://ift.tt/38GheuT
ଚନ୍ଦକା ଜଙ୍ଗଲରେ ମଦ ଓ ପ୍ଲାଷ୍ଟିକକୁ ନା । ପର୍ଯ୍ୟଟକଙ୍କ ଲାଗି ଜାରି ହେଲା ଗାଇଡଲାଇନ । ନିଆଁ ଜାଳିବା, ଜୋରରେ ଶବ୍ଦ କରିବାକୁ ବାରଣ । ବନ୍ୟଜନ୍ତୁଙ୍କଠାରୁ ୧୫ ମିଟର ଦୂରରେ ରହିବେ ପର୍ଯ୍ୟଟକ Kanak News ଚନ୍ଦକା ଜଙ୍ଗଲରେ ମଦ ଓ ପ୍ଲାଷ୍ଟିକକୁ ନା । ପର୍ଯ୍ୟଟକଙ୍କ ଲାଗି ଜାରି ହେଲା ଗାଇଡଲାଇନ । ନିଆଁ ଜାଳିବା, ଜୋରରେ ଶବ୍ଦ କରିବାକୁ ବାରଣ । ବନ୍ୟଜନ୍ତୁଙ୍କଠାରୁ ୧୫ ମିଟର ଦୂରରେ ରହିବେ ପର୍ଯ୍ୟଟକ Kanak News Reviewed by SUBHENDU BARAL on December 15, 2019 Rating: 5

No comments:

Powered by Blogger.