ମୁମ୍ବାଇ ଫେରିଲେ ନିଖୋଜ ଦୁଇ ଏନ୍‌ସିପି ବିଧାୟକ Rajalaxmi Sahoo

ମୁମ୍ବାଇ: ପ୍ରତି ମିନିଟ୍‌ରେ ମହାରାଷ୍ଟ୍ର ରାଜନୀତିରେ ଟ୍ୱିଷ୍ଟ୍‌ ଦେଖିବାକୁ ମିଳୁଛି। କେତେବେଳେ ଅଜିତ୍‌ ପାୱାର ଏବଂ ତାଙ୍କ ଦାଦା ତଥା ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ମଧ୍ୟରେ ଟ୍ୱିଟ୍‌ ଯୁଦ୍ଧ ହେଲାଣି ତ ଆଉ କେତେବେଳେ ବିଜେପି ସହ ମେଣ୍ଟ କରିବାର କୌଣସି ପ୍ରଶ୍ନ ଉଠୁନି ବୋଲି ଏନ୍‌ସିପି କହିଲାଣି। ଏସବୁ ଭିତରେ ଏନ୍‌ସିପିର ଯେଉଁ ବିଧାୟକମାନେ ବିଜେପିକୁ ସମର୍ଥନ ନେଇ ଦାବି କରୁଥିଲେ ଓ ଦିଲ୍ଲୀ ଆସିଥିଲେ ସେମାନଙ୍କ ମଧ୍ୟରୁ ୨ ଜଣ ବିଧାୟକ ମୁମ୍ବାଇ ଫେରି ଆସିଛନ୍ତି।

ଏନ୍‌ସିପିର ଦୌଲତ୍‌ ଦରୋଡା ଓ ଅନୀଲ୍‌ ପାଟିଲ୍‌ ଆଜି ସକାଳେ ମୁମ୍ବାଇରେ ପହଞ୍ଚିଛନ୍ତି। ଫଳରେ ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଏନ୍‌ସିପିର ଅଜିତ୍‌ ପାୱାରଙ୍କୁ ଏକ ବଡ଼ ଝଟ୍‌କା ଲାଗିଥିବା କୁହଯାଉଛି।

ଦୌଲତ ଓ ଅନୀଲଙ୍କୁ ଏନ୍‌ସିପିର ୟୁଥ୍‌ କଂଗ୍ରେସ ନେତା ଦିଲ୍ଲୀରୁ ମୁମ୍ବାଇ ଫେରାଇ ଆଣିଛନ୍ତି। ଏହି ବିଧାୟକ ହରିୟାଣାର ଗୁରୁଗ୍ରାମରେ ଥିଲେ। ନିଖୋଜ ଏହି ଦୁଇ ବିଧାୟକ ଫେରିବା ପରେ ଏବେ ୫୪ ଜଣ ବିଧାୟକଙ୍କ ମଧ୍ୟରୁ ୫୨ ଜଣ ବିଧାୟକ ଶରଦଙ୍କ ଗ୍ରୁପ୍‌ରେ ଅଛନ୍ତି।

ସେପଟେ ଏନ୍‌ସିପି ନେତା ଦାବି କରିଛନ୍ତି, ଏହି ବିଧାୟକ ଗୁରୁଗ୍ରାମର ଏକ ହୋଟେଲ୍‌ରେ ରହିଥିଲେ। ସବୁ ବିଧାୟକ ଶରଦ ପାୱାରଙ୍କ ନେତୃତ୍ୱକୁ ସମର୍ଥନ କରିବେ ବୋଲି କହିଛନ୍ତି।

ନିଖୋଜ ଥିବା ଏନ୍‌ସିପିର ୪ ବିଧାୟକଙ୍କ ମଧ୍ୟରୁ ୩ ଜଣ ଦଳକୁ ଫେରି ଆସିଥିବା ବେଳେ ଜଣେ ବିଧାୟକ ଫେରି ନାହାନ୍ତି। ତାଙ୍କୁ ବୁଝାସୁଝା କରି ଦଳକୁ ଫେରାଇ ଆଣିବାକୁ ପ୍ରୟାସ ଚାଲିଛି ବୋଲି ଏନ୍‌ସିପି କହିଛି।

ଆହୁରି ମଧ୍ୟ ପଢ଼ନ୍ତୁ: ଦାଦା-ପୁତୁରାଙ୍କ ମଧ୍ୟରେ ଟ୍ୱିଟ୍‌ ଯୁଦ୍ଧ



from OTV Khabar. https://ift.tt/35txblJ
ମୁମ୍ବାଇ ଫେରିଲେ ନିଖୋଜ ଦୁଇ ଏନ୍‌ସିପି ବିଧାୟକ Rajalaxmi Sahoo ମୁମ୍ବାଇ ଫେରିଲେ ନିଖୋଜ ଦୁଇ ଏନ୍‌ସିପି ବିଧାୟକ Rajalaxmi Sahoo Reviewed by SUBHENDU BARAL on November 24, 2019 Rating: 5

No comments:

Powered by Blogger.